fbpx

ଅଧିକ ସମୟ ଫୋନ ଧରୁଥିଲେ କରନ୍ତୁ ଏହି ସେଟିଂ, ବଦଳିଯିବ ଅଭ୍ୟାସ

Advertisement

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି ଯୁବପିଢ଼ି, ଯାହା ଦ୍ଵାରା ସେମାନଙ୍କର ଅଧିକାଂଶ କାର୍ଯ୍ୟ ବାକି ରହିଯାଏ ଏବଂ ଆଳସ୍ୟର ବଶବର୍ତ୍ତୀ ହୋଇଥାନ୍ତି। ଏହା ଆପଣଙ୍କ ସହିତ ମଧ୍ୟ ଘଟିପାରେ । ଯଦି ଆପଣ ବି ଫୋନ କାରଣରୁ କୌଣସି କାମରେ ଧ୍ୟାନ ଦେଇ ପାରୁନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଆଣ୍ଡ୍ରଏଡ ଫୋନର ଏକ ସେଟିଂ ବିଷୟରେ କହୁଛୁ ଯାହା ଆପଣଙ୍କୁ ସେସବୁରୁ ଦୂରରେ ରହିବାରେ ସାହାଯ୍ୟ କରିବ । ଏହି ଫିଚରର ନାମ ହେଉଛି ଫୋକସ ମୋଡ୍ । ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ ।

ଫୋକସ୍ ମୋଡ୍ ଉପଭୋକ୍ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଟାଇମର୍ ସହିତ ବାକି କାର୍ଯ୍ୟଗୁଡିକ ଉପରେ ଫୋକସ୍ କରିବାକୁ ସାହାଯ୍ୟ କରେ। ଏହା ଯେମିତି ଡୁ ନଟ୍ ଡିଷ୍ଟର୍ବ୍ ଭଳି। ଏହା ମାନୁଆଲି ଟର୍ନ୍ ଅନ୍ କରାଯାଇପାରିବ। ଏଥିରେ କିଛି ଆପ୍ ସିଲେକ୍ଟ ହୋଇଥାଏ ଯାହାକୁ ଫୋକସ ମୋଡରେ ଖୋଲାଯାଇ ପାରିବ ନାହିଁ କି ଏହାର ନୋଟିଫିକେସନ ମଧ୍ୟ ଦେଖିବାକୁ ମିଳେ ନାହିଁ ।

ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନର ସେଟିଂକୁ ଯିବାକୁ ପଡିବ ।
ତା’ପରେ ଟିକିଏ ତଳକୁ ସ୍କ୍ରୋଲ୍ କରନ୍ତୁ। ଏଠାରେ ଆପଣଙ୍କୁ ଡିଜିଟାଲ ୱେଲବିଂ ଏବଂ ପ୍ୟାରେଣ୍ଟାଲ କଣ୍ଟ୍ରୋଲର ବିକଳ୍ପ ମିଳିବ ।
ତା’ପରେ ଆପଣଙ୍କୁ ଫୋକସ୍ ମୋଡ୍ ରେ ଟ୍ୟାପ୍ କରିବାକୁ ପଡିବ।
ଏହାପରେ ଆପଣଙ୍କୁ Distracting Apps ସିଲେକ୍ଟ କରିବାକୁ ପଡିବ ।

 

Get real time updates directly on you device, subscribe now.