fbpx

୧୭ ମିଲିୟନ ଡଲାରରୁ ଅଧିକ ମୂଲ୍ୟରେ ନିଲାମ ହେଲା ଟିପୁଙ୍କ ଶେଷ ସନ୍ତକ

AAKASH

ନୂଆଦିଲ୍ଲୀ:ମହୀଶୂରର ପ୍ରସିଦ୍ଧ ଶାସକ ଟିପୁ ସୁଲତାନଙ୍କ ଶେଷ ସନ୍ତକ ଏବେ ଲଣ୍ଡନରେ ନିଲାମ ହୋଇଛି । ୧୭୯୯ରେ ବ୍ରିଟିଶ ସେନାଙ୍କ ସହ ଯୁଦ୍ଧ କରୁଥିବା ସମୟରେ ଟିପୁ ସୁଲତାନଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବ୍ରିଟିଶ ସେନା ଟିପୁଙ୍କ ଖଣ୍ଡାକୁ ଜବତ କରିଥିଲା । ଆଜି ଏହି ଖଣ୍ଡା ୧୭ ମିଲିୟନ ଡଲାରରୁ ଅଧିକ ମୂଲ୍ୟରେ ଲଣ୍ଡନରେ ନିଲାମ ହୋଇଯାଇଛି ।

ଟିପୁ ସୁଲତାନଙ୍କ ଖଣ୍ଡା ବିଶ୍ୱର ବିଶ୍ୱର ଦୂର୍ଲଭ କଳାକୃତି ମଧ୍ୟରୁ ଗୋଟିଏ ଥିଲା । ଲଣ୍ଡନର ଏକ ଘରୋଇ ଅନ୍ତରାଷ୍ଟ୍ରୀୟ ନିଲାମୀ କମ୍ପାନୀ ବୋନହମ୍ସ ଦ୍ୱାରା ଏହି ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇଥିଲା । ନିଲାମୀ କମ୍ପାନୀ କହିଛି ଏହି ଖଣ୍ଡା ୧୭୯୯ରେ ବ୍ରିିଟିଶ୍ ସେନା ଦ୍ୱାରା ଟିପୁଙ୍କ ହତ୍ୟା ପରେ ତାଙ୍କ ମହଲରୁ ମିଳିଥିଲା । ବୋନହମ୍ସ ଅନୁଯାୟୀ ବ୍ରିିଟିଶ ମେଜର ଜେନେରାଲ୍ ଡେଭିଡ୍ ବେୟର୍ଡ ଙ୍କୁ ତାଙ୍କ ସାହସର ପ୍ରତୀକ ରୂପରେ ଏହି ଖଣ୍ଡା ଭେଟ କରାଯାଇଥିଲା ।

ନୀଲାମୀ କମ୍ପାନୀ କହିଛି ଅଷ୍ଟଦଶ ଶତାବ୍ଦୀର ଏହା ଏକ ଦୂର୍ଲଭ ନିର୍ମାଣ । ଏହି ଖଣ୍ଡା ସୁନାରେ ଖଚିତ ହୋଇଛି । ଏହାର ବ୍ଲେଡରେ ଏକ ଇଂରାଜୀ ଶିଳାଲେଖ ସମ୍ଭବତଃ ବେୟର୍ଡ କିମ୍ବା ତାଙ୍କ ବଂଶଜ ପକ୍ଷରୁ ଯୋଡା ଯାଇଛି । ଏହି ଶିଳାଲେଖ ସୂଚାଉଛି କିପରି ଏହାକୁ ଟିପୁ ସୁଲତାନଙ୍କ ଶ୍ରୀରଙ୍ଗପାଟନା ସ୍ଥିତ ଶୟନକକ୍ଷରୁ ଉଦ୍ଧାର କରାଯାଇଥିଲା ଓ ଜେନେରାଲଙ୍କୁ ତାଙ୍କ ବିଜୟର ଟ୍ରଫି ରୂପରେ ପ୍ରଦାନ କରାଯାଇଥିଲା । ଏହି ଖଣ୍ଡାର ଏକ ଆଶ୍ଚର୍ଯ୍ୟଜନକ ଇତିହାସ ଓ ଏହାର ନିର୍ମାଣରେ ଏକ ଅଭିନବ ଶିଳ୍ପ କୌଶଳ ରହିଛି । ଏହା ଟିପୁ ସୁଲତାନଙ୍କ ସମସ୍ତ ହତିଆର ମଧ୍ୟରୁ ସବୁଠାରୁ ମହାନ୍ ଥିଲା ।

Get real time updates directly on you device, subscribe now.