fbpx
BSKY
BJD YOUTH SKY
BJD MS SKY

ନୂଆ ପାସପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ ମିଳିଲା ଅନୁମତି , ୩ ବର୍ଷ ପାଇଁ ଦିଆଗଲା ଏନଓସି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଖୁସୀ ଖବର ରହିଛି । ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ଜନକ ଖବର ମିଳିଛି । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ତାଙ୍କୁ ମିଳିଥିବା ଏନଓସ ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତ ରହିବ । ପ୍ରକୃତରେ ସେ ସଂସଦର ସଦସ୍ୟତା ଛାଡିବା ପରେ ସେ ପୁରୁଣା ରାଜନୈତିକ ପାସପୋର୍ଟକୁ ସମର୍ପଣ କରି ନିଜ ପାଇଁ ଏକ ସାଧାରଣ ପାସପୋର୍ଟ ପାଇବାକୁ ଆବେଦନ କରିଥିଲେ।

ପାସପୋର୍ଟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଏନଓସି ପ୍ରଦାନ କରିବାକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନରେ ଅଛନ୍ତି । ତେଣୁ ଏଭଳି ସମ୍ବେଦନଶୀ ମାମଲାକୁ ବିଚାର କରି ତାଙ୍କୁ ପାସପୋର୍ଟ ପାଇବା ପାଇଁ ଏନଓସି ଦିଆଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

କୋର୍ଟ ପରିସରରେ କ’ଣ ହେଲା?
ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ଦେବା ମାମଲାର ଶୁଣାଣି ପାଇଁ ଡକ୍ଟର ସୁବ୍ରମଣ୍ୟମ୍ ସ୍ୱାମୀ ଏବଂ ରାହୁଲଙ୍କ ଓକିଲ କୋର୍ଟ ପହଞ୍ଚିଥିଲେ। ରାହୁଲଙ୍କ ପାସପୋର୍ଟରେ ଏନଓସି ପ୍ରଦାନ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ୱାମୀ କୋର୍ଟଙ୍କୁ କହିଥିଲେ ଯେ ଜଣେ ସାଧାରଣ ବ୍ୟକ୍ତି ସର୍ବାଧିକ ୧୦ ବର୍ଷ ପାଇଁ ପାସପୋର୍ଟ ପାଇପାରିବେ କିନ୍ତୁ ଏହା ଏକ ସ୍ୱତନ୍ତ୍ର ମାମଲା।

କୋର୍ଟରେ ସୁବ୍ରମଣ୍ୟମ ସ୍ୱାମୀ ଆହୁରି କହିଛନ୍ତି ଯେ, ୨୦୧୯ ରେ ରାହୁଲ ଗାନ୍ଧୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ରାହୁଲ ଏପର୍ଯ୍ୟନ୍ତ ରଖିନାହାନ୍ତି । ରାହୁଲଙ୍କ ବ୍ରିଟିଶ ପାସପୋଟ ଅଛି କି ବୋଲି ପ୍ରଶ୍ନ କରାଯାଇଥିଲା । ଏପର୍ଯ୍ୟନ୍ତ ତାହାର ଉତ୍ତର ମିଳିପାରିନାହିଁ ।

Get real time updates directly on you device, subscribe now.