fbpx

କରୋନାରେ ଚାଲିଗଲା ବିଧାୟକଙ୍କ ଜୀବନ

କଲିକତା,୧୭ ।୮ : ବିଶ୍ୱରେ ଏବେ କରୋନା ମହାମାରୀ ବଢି ବଡି ଚାଲିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ କୋରୋନାରେ ମୃତ୍ୟୁ ଘଟିଛି । କଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ।

ତେବେ ଗତ ୧୮ ଜୁଲାଇରେ ତାଙ୍କୁ ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୪ ରେ କଲକାତାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଆଜି ସକାଳ ପ୍ରାୟ ୪.୧୫ ରେ ତାଙ୍କର ମୃତ୍ୟୁ ଘଟିଛି । ଇଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସାମରେଶ ଦାସ ଲଗାତାର ୫ ଥର ଜିତିଥିଲେ । ପ୍ରଥମେ ସେ ଜଣେ ବାମପନ୍ଥୀ ବିଧାୟକ ଥିଲେ । ପରେ ତୃଣମୂଳ ସ୍ତରରେ ଯୋଗ ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

Get real time updates directly on you device, subscribe now.