fbpx

ଥାନାରେ ଫାଇଲ ଖୋଜୁ ଖୋଜୁ ବାହାରିଲେ ୨୧ଟି ସାପ

ସରକାରୀ ଫାଇଲ୍ ଜାଗାରେ ସାପ । ସେ ବି ଗୋଟିଏ କି ୨ଟି ନୁହେଁ, ବରଂ ୨୧ଟି ସାପ ଏକାସାଙ୍ଗରେ ବାହାରିଛନ୍ତି । ଜଣେ ପୋଲିସ ପୋଲିସକର୍ମୀ ଥାନାରେ ଥିବା ଆଲମାରୀରୁ ଫାଇଲ କାଢିଲା ବେଳେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଫାଇଲ ମଧ୍ୟରେ କୋବ୍ରା ସାପର ୨୧ଟି ପିଲା ଦେଖିବାକୁ ମିଳିଥିଲା ।

ଏଭଳି ଆଶ୍ଚର୍ଯ୍ୟଜନକର ଘଟଣା ହିମାଚଳପ୍ରଦେଶର କଙ୍ଗଡା ସହର ପାଖରେ ଥିବା ଗଗଲ ପୋଲିସ ଷ୍ଟେସନରେ ଦେଖିବାକୁ ମିଳିଥିଲା । ପୋଲିସ ଷ୍ଟେସନରେ ସାପଗୁଡିକ ଫାଇଲ ଭିତରେ ପଶି ରହିଥିଲେ । ସାପକୁ ଦେଖି ସମସ୍ତଙ୍କୁ ରକ୍ଷା କରୁଥିବା ପୋଲିସ ବି ଡରିଯାଇ ସାପ ଧରାଳୀଙ୍କୁ ଡାକିଥିଲା ।

ସାପ ଧରାଳି ଆସିବା ପରେ ସେହି ସ୍ଥାନରୁ ଗୋଟିଏ ଗୋଟିଏ ହୋଇ ୨୧ଟି ସାପ ବାହାରିପଡିଲେ । ଏତେ ସଂଖ୍ୟକ ସାପ ଦେଖି ପୋଲିସରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.