fbpx

ରାଜ୍ୟପାଳ ଧନକଡଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ, କହିଲେ- ଅଙ୍କଲ ଜୀ ରାଜଭବନକୁ ଥଇଥାନ କେନ୍ଦ୍ର କରି ଦେଲେ  

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ମଧ୍ୟ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି। କେତେବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ କଳି ହେଉଛି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡଙ୍କ ମଧ୍ୟରେ ବିବାଦ ହେଉଛି। ଏବେ ତୃଣମୂଳ କଂଗ୍ରେସତ ସାଂସଦ ମହୁଆ ମୋଇତ୍ରା ରାଜ୍ୟପାଳ ଧନକଡଙ୍କୁ ନିଶାଣ କରିଛନ୍ତି। ସାଂସଦ ତାର୍ତ୍ସଲ୍ୟ କରି କହିଛନ୍ତି, ଅଙ୍କଲ ଆପଣ ନିଜ ପୂରା ଗାଁ ଏବଂ ଖାନଦାନକୁ ରାଜଭବନରେ ଥଇଥାନ କରିଛନ୍ତି।

ଟିମଏସି ସାଂସଦ ରବିବାର କହିଛନ୍ତି, ପଶ୍ଚିମବଙ୍ଗ ରାଜ୍ୟପାଳ ନିଜ ପରିବାରର ସଦସ୍ୟ ଏବଂ ଅନ୍ୟ ପରିଚିତଙ୍କୁ ରାଜଭବନରେ ବିଶେଷ କାର୍ଯ୍ୟଧିକାରୀ(ଓଏସଡି) ଭାବେ ନିଯୁକ୍ତି ଦେଇଛନ୍ତି। ମୋଇତ୍ରା ଏକ ତାଲିକାକୁ ଟ୍ଵିଟ୍ କରି ରାଜଭବନରେ କାହାକୁ କାହାକୁ ନିଯୁକ୍ତି ଦିଆଯାଇଛି ତାର ତଥ୍ୟ ରଖିଛନ୍ତି। ରାଜ୍ୟପାଳ ଯେଉଁମାନଙ୍କୁ ନିଯୁକ୍ତ କରିଛନ୍ତି ସେମାନେ ସମସ୍ତେ ସଂପର୍କୀୟ ଅଟନ୍ତି। ତାଲିକାରେ କିଏ ଭେଣୋଇ ତ ଆଉ କିଏ ସଂପର୍କୀୟ ଭାଇ ଏବଂ ଆଉ କିଏ ପରିଚିତ ବ୍ୟକ୍ତି ଅଛନ୍ତି। ଲାଗୁଛି ରାଜ୍ୟପାଳ ନିଜ ଗାଁ, ସଂପର୍କୀୟ ଏବଂ ପରିବାରଙ୍କ ପାଇଁ ରାଜଭବନକୁ ଥଇଥାନ କେନ୍ଦ୍ରରେ ପରିଣତ କରିଛନ୍ତି।

ମଇତ୍ର ତାଙ୍କ ଟ୍ୱିଟ୍‌ରେ ରାଜ୍ୟପାଳଙ୍କୁ ‘ଅଙ୍କଲଜୀ’ ସମ୍ବୋଧନ କରି ଲେଖିଛନ୍ତି, ଏଠାରେ ଆପଣ କେବଳ ଏଥିପାଇଁ ରହିଛନ୍ତି, କାଳେ  ଆପଣଙ୍କ ଯୋଗୁଁ ପରିବାର ଲୋକେ ଓ ନିକଟ ସମ୍ପର୍କୀୟଙ୍କ ଚାକିରୀ କାଳେ ବିପଦରେ ପଡିଯିବ। ମୋଇତ୍ରା ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକଟ କରିଥିବା ରାଜ୍ୟପାଳଙ୍କୁ କହିଛନ୍ତି ଯେ, ଅଙ୍କଲ ଜୀ ରାଜ୍ୟର ଚିନ୍ତାଜନକ ସ୍ଥିତି ସୁଧୁରିଯିବ, ଯଦି ଆପଣ କ୍ଷମା ମାଗି ଦିଲ୍ଲୀ ଫେରିଯିବେ, ନଚେତ୍ ଅନ୍ୟ କୌଣସି ଚାକିରି ଖୋଜି ସେଠାରେ ରହିଯିବେ।

Get real time updates directly on you device, subscribe now.