fbpx

କୋଟିପତି ହେବା ପାଇଁ ଶ୍ରାବଣ ମାସର ବୁଧବାରରେ କରନ୍ତୁ ଏହି କାମ : ଆଖି ପିଚ୍ଛୁଳାକେ ହେବ ଟଙ୍କାର ବର୍ଷା

ନୂଆଦିଲ୍ଲୀ : ଏବେ ପବିତ୍ର ଶ୍ରାବଣ ମାସ ଚାଲିଛି । ଏହି ମାସରେ ଭକ୍ତମାନେ ସୋମବାରକୁ ଉପବଉସ ରଖି ମହାଦେବଙ୍କୁ ପ୍ରସନ୍ନ କରନ୍ତି । ଏହି ମାସରେ ସୋମବାର ସହିତ ବୁଧବାରର ମଧ୍ୟ ଅଲଗା ମହତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶ୍ରାବଣରେ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କର ସବୁ ବାଧା ବିଘ୍ନ ଦୂର କରିଥାନ୍ତି । ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବୁଧ ଗ୍ରହ ମଜବୁତ ହୋଇଥାନ୍ତି ଏବଂ ସବୁ ଚିନ୍ତା ଦୂର କରିଥାନ୍ତି । ଯଦି ଆପଣ ମଧ୍ୟ ଶ୍ରାବଣରେ ବ୍ରତ ରଖୁଛନ୍ତି, ତେବେ ବୁଧବାର ଦିନ ନିଶ୍ଚୟ କରନ୍ତୁ ଏହି ଜରୁରୀ କାମ ।

ଶ୍ରାବଣର ବୁଧବାରରେ କରନ୍ତୁ ଏହି କାମ :

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବୁଧବାର ଦିନ ଆପଣ ଭଗବାନ ଗଣେଶଙ୍କୁ ସିନ୍ଦୁରର ତିଲକ ଲଗାନ୍ତ. ଆଳତୀ କରନ୍ତୁ ଏବଂ ଆଳତୀ କରିବା ସମୟରେ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାର ସବୁ ସଙ୍କଟ ଦୂରେଇ ଯାଏ ।

-ଶାସ୍ତ୍ର ଅନୁସାରେ ଶ୍ରାବଣର ବୁଧବାର ଦିନ ପୂଜାରେ ଦୁବ ଘାସ ବ୍ୟବହାର କରନ୍ତୁ । ଏହା କରିବ ଦ୍ୱାରା ଗଣେଶ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ଇଚ୍ଛା ପୂରଣ କରନ୍ତି ।

– ଧାର୍ମିକ ମାନ୍ୟତା ଅନୁସାରେ, ଶ୍ରାବଣ ମାସର ବୁଧବାର ଦିନ ଶମି ବୃକ୍ଷ ଲଗାନ୍ତୁ । କୁହାଯାଉଛି ଭଗବାନ ଗଣେଶଙ୍କର ଶମି ବୃକ୍ଷ ବହୁତ ପସନ୍ଦ ଅଟୋ ଏହି ଦିନରେ ଶାମିର ବୃକ୍ଷ ଲଗାଇବା ଦ୍ୱାରା ଘରେ ଧନର କେବେ ମଧ୍ୟ ଅଭାବ ରହିବ ନାହିଁ ।

– ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସର ବୁଧବାର ଦିନରେ ଭଗବାନ ଗଣେଶଙ୍କୁ ଘିଅ ଏବଂ ଗୁଡ଼ର ଭୋଗ ଲଗାଇବା ଜରୁରୀ । ଏହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ସହ ସମ୍ଭନ୍ଧିତ କୌଣସି ସମସ୍ୟା ରହିବ ନାହିଁ ।

-ଯଦି ବହୁ ଦିନରୁ କୌଣସି କାମ ଅଟକି ଅଛି ତେବେ ତାହାକୁ ପୂରା କରିବା ପାଇଁ ବୁଧବାର ଦିନ ନିଜ ପ୍ୟାକେଟରେ ହଳଦୀୟା ରୁମାଲ ରଖନ୍ତୁ । ଏହା କରିବା ଦ୍ୱାରା ଅ;କିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ ।

Get real time updates directly on you device, subscribe now.