fbpx

ଆଜିଠୁ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପ୍ରକ୍ରିୟା ଆରମ୍ଭ, ୧୬ ଯାଏ ହେବ ପଞ୍ଜୀକରଣ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଏବଂ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଆଜିଠାରୁ ନାମଲେଖା ପଞ୍ଜୀକରଣ ଆରମ୍ଭ ହେବ । ନି-ୟୁଜିରେ ଯୋଗ୍ୟତା ହାସଲ କରିଥିବା ଓଡ଼ିଶାର ଛାତ୍ରଛାତ୍ରୀ ୧୬ ତାରିଖ ଯାଏଁ ନାମ ପଞ୍ଜୀକରଣ ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଆପଲୋଡ କରିପାରିବେ ।

ସୂଚନା ଅନୁଯାୟୀ, ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଏସସିବି ମେଡିକାଲ କଲେଜରେ ହେବାକୁ ଥିବା ଜୁଲାଇ ୧୩ରୁ ୧୪ ତାରିଖ ମଧ୍ୟରେ ମେଡିକାଲ ବୋର୍ଡରେ ଭାଗ ନେବେ । ଏକ୍ସ ସର୍ଭିସ ପ୍ରାର୍ଥୀମାନେ ୧୨ରୁ ୧୫ ତାରିଖ ମଧ୍ୟରେ ଆଇଆରସି ଭିଲେଜରେ ଥିବା ଇଏସ୍ ବୋର୍ଡରେ ଅଂଶଗ୍ରହଣ କରିପାରିବେ ।

ତେବେ ୨୦ ତାରିଖରେ ପ୍ରୋଭିଜନାଲ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯେଉଁ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଥିବ ସେ ୨୧ ତାରିଖ ଅପରାହ୍ନ ସୁଦ୍ଧା କରିପାରିବେ । ଜୁଲାଇ ୨୨ ତାରିଖରେ ପଞ୍ଜୀକରଣ କରିବା ଚୂଡ଼ାନ୍ତ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ । ଓଜେଇଇ ପକ୍ଷରୁ କୁହାଯାଇଛି ଯେ, ଏମବିବିଏସ ଓ ବିଡିଏସ୍ ପାଠ୍ୟକ୍ରମର ସଂପୂର୍ଣ୍ଣ କାଉନସେଲିଂ ପ୍ରକ୍ରିୟା ସଂପର୍କରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ।

Get real time updates directly on you device, subscribe now.