fbpx

GRIDCOରେ ଖାଲି ଅନେକ ପଦ: ଆସନ୍ତା ୨୭ ପୂର୍ବରୁ ଆବେଦନ କରିବାକୁ ପଡ଼ିବ

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଗ୍ରୀଡକୋରେ ଅନେକ ପଦ ଖାଲି ରହିଛି । ମ୍ୟାନେଜର (ଟେକ୍ନିକାଲ), ସିନିୟର ମ୍ୟାନେଜର (ଫାଇନାନ୍ସ), ମ୍ୟାନେଜର (ଲେଗାଲ ଆଣ୍ଡ ରେଗୁଲେଟୋରୀ) ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରିବା ପରେ ପୂରଣ କରି ଆବେଦନ କରିପାରିବେ ।

ମ୍ୟାନେଜର (ଟେକ୍ନିକାଲ) ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ / ଇଲେକଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଡିଗ୍ରୀ କରିଥିବା ଆବଶ୍ୟକ । ସିନିୟର ମ୍ୟାନେଜର (ଫାଇନାନ୍ସ) ପଦ ପାଇଁ ପ୍ରାର୍ଥୀ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଶିକ୍ଷାନୁଷ୍ଠାନ / ଭାରତୀୟ କଷ୍ଟ ଆକାଉଣ୍ଟାଣ୍ଟସ ଶିକ୍ଷାନୁଷ୍ଠାନରୁ ଫାଇନାଲ ପରୀକ୍ଷାରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ମ୍ୟାନେଜର (ଲେଗାଲ ଆଣ୍ଡ ରେଗୁଲେଟୋରୀ) ପଦ ପାଇଁ ପ୍ରାର୍ଥୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରିବା ସହିତ ଏମବିଏ / ସିଏସ / ସିଏ / ସିଏମଏ / ଏଲଏଲବି ପାସ୍ କରିଥିବେ ।

ମ୍ୟାନେଜର (ଟେକ୍ନିକାଲ) ପଦ ପାଇଁ ପ୍ରାର୍ଥୀ ଅତିକମରେ ୭ ବର୍ଷର କାର୍ଯ୍ୟ ଅଭିଜ୍ଞତା ହାସଲ କରିଥିବା ନିହାତି ଜରୁରୀ । ସିନିୟର ମ୍ୟାନେଜର (ଫାଇନାନ୍ସ) ପଦ ପାଇଁ ପ୍ରାର୍ଥୀ ଅତି କମରେ ୧୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ହାସଲ କରିଥିବା ଜରୁରୀ । ମ୍ୟାନେଜର (ଲେଗାଲ ଆଣ୍ଡ ରେଗୁଲେଟୋରୀ) ପଦ ପାଇଁ ପ୍ରାର୍ଥୀଙ୍କର ୭ ବର୍ଷର କାର୍ଯ୍ୟ ଅଭିଜ୍ଞତା ସହିତ ଆରଇ ଫିଲ୍ଡରେ ୧ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ଆସନନ୍ତା ୨୭ ତାରିଖ ପୂର୍ବରୁ ପ୍ରାର୍ଥୀ ଆବେଦନ କରିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ: https://repo.optcl.co.in/docs/7f4116abf0c423a56f7b8cb4b3b90234_Re-Advt%20for%20RE-PMU-1.pdf

Get real time updates directly on you device, subscribe now.