fbpx

କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ୪ ଛାତ୍ର ମୃତ, ନଦୀପଠାକୁ ଭୋଜି କରିବାକୁ ଯାଇଥିବା ବେଳେ ଘଟିଛି ଏପରି ଅଘଟଣ

BJD

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡି ୪ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି । ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି । ଭୁବନେଶ୍ୱର ଉପକଣ୍ଠ ବଇଞ୍ଚୁଆ ଧବଳହାର ନିକଟରେ କୁଆଖାଇ ନଦୀରେ ୮ ଜଣ ସାଙ୍ଗ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ବୁଡି ଯାଇଥିଲେ । କାଲି ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ହେଲେ ଜାମସେଦପୁରର ଆର୍ଯ୍ୟନ ମିଶ୍ର , କଟକର କୁମାର ଅବିନାଶ, କଣ୍ଟାପଡାର ରୋହିତ ପରିଡା, କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ । । ଗତ କାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଖବରରୁ ଜଣାପଡିଛି ଏମବିଏ କଲେଜର ୮ ଜଣ ଛାତ୍ର ଗତକାଲି ନଦୀପଠାକୁ ଭୋଜି କରିବାକୁ ଯାଇଥିଲେ । ଭୋଜି ପରେ ସମସ୍ତେ ଗାଧୋଉଥିବା ବେଳେ ୪ ଜଣ ଛାତ୍ର ପାଣିରେ ବୁଡି ଯାଇଥିଲେ । ଗତକାଲି ରାତି ହୋଇଯିବାରୁ ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର ପରେ ଆଉ ଖୋଜାଖୋଜି କରି ପାରି ନ ଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି ପରେ ଅନ୍ୟ ୨ ଟି ମୃତଦେହ ଉଦ୍ଧାର କରିଛି ।

Get real time updates directly on you device, subscribe now.