fbpx
BJD SKY
BJD SKY

ଆଦିବାସୀ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଚଳିତ ବର୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଆସିଛନ୍ତି । ଏଣିକି ଆଦିବାସୀ ପିଲାଙ୍କ ପାଠପଢ଼ାରେ ଅର୍ଥ ବାଧକ ସାଜିବ ନାହିଁ । ଚଳିତ ବର୍ଷରୁ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଏକକାଳୀନ ୫୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଦିବାସୀ ସମ୍ପ୍ରଦାୟର ବିକାଶ ସହିତ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଜୀବିକା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଆଦିବାସୀ ପିଲାମାନେ କିପରି ସୁଶିକ୍ଷା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ତା’ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଆଦିବାସୀଙ୍କ ଉନ୍ନତି ନେଇ ଗଠନ ହୋଇଥିବା ୧୧୩୮ଟି ପିଭିଟିଜି ଗ୍ରାମକୁ ଓଡ଼ିଶା ପିଭିଟିଜି ସଶକ୍ତିକରଣ ଓ ଜୀବନ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରାଯାଇଛି ।

ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ ଯୋଗଦେଇ ସିଏମ୍ କହିଛନ୍ତି, ସୁଚିନ୍ତିତ ଯୋଜନା ଜରିଆରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କର ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଆଦିବାସୀ ଲୋକଙ୍କ ସଂସ୍କୃତି, ପରମ୍ପରାର ପ୍ରଚାର, ପ୍ରସାର ସହିତ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନମୂଳକ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୨୩ଟି ଜିଲ୍ଲାର ୧୭୨ଟି ବ୍ଲକକୁ ସାମିଲ କରାଯାଇଛି । ଫଳରେ ରାଜ୍ୟର ୮୪ ଲକ୍ଷ ଜନଜାତି ସମ୍ପ୍ରଦାୟର ଲୋକେ ଉପକୃତ ହୋଇପାରିବେ । ଏସସି ଓ ଏସଟି ବିଭାଗ ଅଧିନରେ ପରିଚାଳିତ ହେଉଥିବା ୧୭୩୫ଟି ସ୍କୁଲରେ ପଢ଼ୁଥିବା ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।

Get real time updates directly on you device, subscribe now.