ଦୂରେଇବ ସଂକଟ, ମିଳିବ ସୁଖ- ସମୃଦ୍ଧି, ମଙ୍ଗଳବାର କରନ୍ତୁ ଲାଲ କିତାବର ଏହି ଉପାୟ

ଓଡ଼ିଶା ଭାସ୍କର: ଭାରତୀୟ ପରମ୍ପରାରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏମିତିକି କିଛି ବାର ମଧ୍ୟ ନିର୍ଦ୍ଦିଷ୍ଟ ଦେବୀ ଦେବତାଙ୍କୁ ସମର୍ପିତ । ମଙ୍ଗଳବାର ସଙ୍କଟମୋଚନ ପ୍ରଭୁ ଶ୍ରୀ ହନୁମାନ ଏବଂ ମଙ୍ଗଳ ଦେବତାଙ୍କୁ ସମର୍ପିତ । ଜ୍ୟୋତିଷ ଶାସ୍ତ୍ରରେ କୌଣସି ଗ୍ରହ ଦୋଷ ଥିଲେ ନିର୍ଦ୍ଦିଷ୍ଟ ବାରରେ କିଛି ଉପାୟ କରିବା ଦ୍ୱାରା ସୁଫଳ ମିଳିଥାଏ ।

ଗ୍ରହମାନଙ୍କ ମଧ୍ୟରେ ମଙ୍ଗଳକୁ ସେନାପତି ଭାବେ ବିବେଚିତ କରାଯାଇଛି । ଶକ୍ତି, ପରାକ୍ରମ, ଆତ୍ମବିଶ୍ୱାସ ଏବଂ ଉର୍ଜ୍ଜାର ପ୍ରତୀକ ହେଉଛନ୍ତି ମଙ୍ଗଳ ଗ୍ରହ । କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ମଙ୍ଗଳ ଗ୍ରହ ମଜବୁତ ହେବା ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ରାଶିରେ ମଙ୍ଗଳର ସ୍ଥିତିକୁ ଅନୁକୂଳ କରିବା ପାଁଇ ନିମ୍ନଲିଖିତ ଉପାୟ ଆପଣାଇ ପାରିବା । ଏହା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଆର୍ଥିକ ସମସ୍ୟା ଓ ଜୀବନରେ ଦେଖାଦେଉଥିବା ସଂକଟ ଦୂରେଇଥାଏ ।
୧- ମଙ୍ଗଳବାର ଦିନ ନୀମ ଗଛ ମୂଳେ ଅର୍ଘ୍ୟ ଦିଅନ୍ତୁ ଏବଂ ଚମେଲି(ଜସ୍ମିନ୍‌) ତେଲରେ ଦୀପ ଜଳାନ୍ତୁ । ଏହି ଉପାୟ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ ।

୨- ଏହି ଦିନ ଉପବାସ ରଖନ୍ତୁ ଏବଂ ପ୍ରଭୁ ଶ୍ରୀ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ । ହନୁମାନ ମନ୍ଦିରରେ ପ୍ରଭୁଙ୍କୁ ନଡ଼ିଆ, ସିନ୍ଦୁର, ଚମେଲି ତେଲ, କେୱଡ଼ା ଅତର, ଗୋଲାପ ମାଳା, ପାନ ବିଡ଼ା ଏବଂ ଗୁଡ଼ ଚଣା ଅର୍ପଣ କରନ୍ତୁ । ଏହା ପରେ ଗୁଡ଼ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତୁ ।

୩- ରାଶିରେ ମଙ୍ଗଳର ସ୍ଥିତି ଦୁର୍ବଳ ଥିଲେ ଆଖିରେ ଧଳା ରଂଗର କଜଳ ଲଗାନ୍ତୁ । ଧଳା ନ ମିଳିଲେ କଳା ରଂଗର କଜଳ ଲଗାନ୍ତୁ ।

୪- ପ୍ରବାହିତ ଜଳରେ ରାଶି ଓ ଗୁଡ଼ରେ ପ୍ରସ୍ତୁତ ରେୱଡ଼ି(ମିଷ୍ଠାନ) ପ୍ରବାହି କରନ୍ତୁ । ଏହା ବ୍ୟତୀତ ମସୁର ଏବଂ ପାନମଧୁରୀ ଦାନ କରନ୍ତୁ ।

୫- କୁକୁର କିମ୍ବା ନାଲି ଗାଈକୁ ମିଠା ରୁଟି ଦିଅନ୍ତୁ ।

୬- ମଙ୍ଗଳବାର ଦିନ ସଂକଟ ମୋଚନଙ୍କୁ ନାଲି ବସ୍ତ୍ର, ନାଲି ଫଳ, ଫଳ, ଫୁଲ ନାଲି ଚନ୍ଦନ ଏବଂ ମିଷ୍ଠାନ ପିଉସୀ କିମ୍ବା ଭଉଣୀଙ୍କୁ ନାଲି ବସ୍ତ୍ର ଦାନ କରନ୍ତୁ । ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

୭- ହନୁମାନ ମନ୍ଦିରରେ ଅଟାରେ ପ୍ରସ୍ତୁତ ୫ଟି ଦୀପକୁ ପ୍ରଜ୍ଜ୍ୱଳିତ କରି ବର ଗଛ ପତ୍ର ଉପରେ ରଖନ୍ତୁ ।

୮- ମଙ୍ଗଳବାର ଦିନ ମନ୍ଦିରରେ ବାନା ଅର୍ପଣ କରନ୍ତୁ ଏବଂ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ । ଏହିପରି ୫ ମଙ୍ଗଳବାର କରିବା ଦ୍ୱାରା ଆର୍ଥିକ ସଂକଟ ଦୂରେଇଥାଏ ।