fbpx

ଭୁବନେଶ୍ୱରରେ ଆଜି ୨୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମର ୨୧ଜଣ ହୋଇଥିବା ସୂଚନା ମିଳିଛି । ୨୧ଜଣଙ୍କ ମଧ୍ୟରେ ୧୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ଏହାସହ ୪୯ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ସତ୍ୟନଗରର ଜଣେ ୪୮ବର୍ଷୀୟ ମହିଳା, କୋଳଥିଆରୁ ୮୧ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲରୁ ୪୮ବର୍ଷୀୟ ପୁରୁଷ, ଅନ୍ୟ ଦୁଇ ଜଣ ଚନ୍ଦକାର ୪୦ ବର୍ଷୀୟ ପୁରୁଷ ଓ ୩୫ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୫ଜଣ ସୁସ୍ଥ ହୋଇଛନ୍ତି ଓ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୬୧୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 

Get real time updates directly on you device, subscribe now.