fbpx
BJD SKY
BJD SKY

ରାଜ୍ୟରେ ୧୯ଜିଲ୍ଲାରୁ ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ

BJD

ଭୁବନେଶ୍ୱର, ୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସବୁଦିନ ପରି ଆଜି ମଧ୍ୟ ରାଜ୍ୟରେ ୧୯ଜିଲ୍ଲାରୁ ଆଉ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩ଜଣ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨, କଟକରୁ ୩୨, ଖୋର୍ଦ୍ଧାରୁ ୨୬, ନୟାଗଡ଼ରୁ ୧୪, ବରଗଡ଼ରୁ ୧୨, ପୁରୀରୁ ୧୨, ମାଲକାନଗିରିରୁ ୧୦, ସୁନ୍ଦରଗଡ଼ରୁ ୭, ଗଜପତିରୁ ୬, ମୟୁରଭଞ୍ଜରୁ ୫, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୪, ବଲାଙ୍ଗୀରରୁ ୪, ଦେଓଗଡ଼ରୁ ୪, ବାଲେଶ୍ୱରରୁ ୨, ସମ୍ବଲପୁରରୁ ୨, ଅନୁଗୁଳ, ସୋନପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.