fbpx
BJD
BJD SKY
BJD SKY

କଟକ ସହରରୁ ଆଜି ୩୫ ପଜିଟିଭ ଚିହ୍ନଟ

କଟକ, ୨୫ା୭(ଓଡ଼ିଶା ଭାସ୍କର): ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରର ୩୫ଜଣ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୩୫ଜଣଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୬, ହୋମ କ୍ୱାରେଣ୍ଟିନରୁ ୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ୩୧ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା ପଜିଟିଭଙ୍କ ସଂଖ୍ୟା ୬୧୪ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୩ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଏବେ ୩୩୩ଜଣ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.