fbpx

ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୭୩୭୩କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗଞ୍ଜାମରୁ ସର୍ବାଧିକ ୧୬୦, ଖୋର୍ଦ୍ଧାରୁ ୭୭, ଗଜପତିରୁ ୪୩, କଟକରୁ ୩୪, ମାଲକାନଗିରିରୁ ୩୨, ବରଗଡ଼ରୁ ୨୫, ଭଦ୍ରକରୁ ୨୩, କେନ୍ଦୁଝରରୁ ୧୯, ଅନୁଗୁଳରୁ ୧୭, କନ୍ଧମାଳରୁ ୧୭, ଜଗତସିଂହପୁରରୁ ୧୪, ସମ୍ବଲପୁରରୁ ୧୪, ମୟୁରଭଞ୍ଜରୁ ୧୨, ରାୟଗଡ଼ାରୁ୧୨, ସୁନ୍ଦରଗଡ଼ରୁ ୧୨, ବାଲେଶ୍ୱରରୁ ୧୦, ଝାରସୁଗୁଡ଼ାରୁ ୯, କେନ୍ଦ୍ରାପଡ଼ାରୁ ୯, ପୁରୀରୁ ୯, ଢ଼େଙ୍କାନାଳରୁ ୮, ଯାଜପୁରରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୫, ଦେଓଗଡ଼ରୁ ୩, ନବରଙ୍ଗପୁରରୁ ୨, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.