fbpx

ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି

ପୁରୀ, ୨୩/୬(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ରଥଯାତ୍ରା। ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି। ସକାଳ ୧୦ଟାରେ ଶେଷ ହେବ ପହଣ୍ଡି । ୧୦ଟାରୁ ସାଢେ ୧୦ମଧ୍ୟରେ ମଦନମୋହନ ବିଜେ ହେବେ । ସାଢେ ୧୦ଟାରୁ ୧୧ଟା ମଧ୍ୟରେ ଚିତା ଲାଗି ନୀତି ହେବ। ୧୧ଟାରୁ ସାଢେ ୧୧ଟା ମଧ୍ୟରେ ବେଶ ଲାଗି ହେବ।

ଆଗେ ଆଗେ ସୁଦର୍ଶନ, ପଛେ ପଛେ ବଳଭଦ୍ର ମହାପ୍ରଭୁ ପହଣ୍ଡି ହେଉଛନ୍ତି।
ପହଣ୍ଡି ବିଜେରେ ପ୍ରଥମେ ବଡଦାଣ୍ଡକୁ ଓହ୍ଲାଇଲେ ପ୍ରଭୁ ସୁଦର୍ଶନ।
ଗତକାଲି ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଆଜି ବଡଦାଣ୍ଡର ଗଡିବ ରଥ। ତିନିଠାକୁରଙ୍କ ରଥ ଟାଣିବେ ୧୫ ଶହ ସେବାୟତ। ଗୋଟିଏ ରଥ ମଧ୍ୟରେ ରହିବ ଘଂଟାଏ ବ୍ୟବଧାନ। କୋଭିଡ୍ ନିୟମ , କଟକଣା, ଭକ୍ତଶୂନ୍ୟ ରେ ରଥଯାତ୍ରା କରାଯିବ।

Get real time updates directly on you device, subscribe now.