fbpx

ସପ୍ତାହର ପ୍ରଥମ ଦିନରେ ହ୍ରାସ ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ କେତେ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଭଳି ଦ୍ରୁତ ଗତିରେ ସୁନା ରୂପା ମୂଲ୍ୟ ମଧ୍ୟ ବଢ଼ି ଚାଲିଥିଲା । କିନ୍ତୁ ଆଜି ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଥିବା ନେଇ ସୂଚନା ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସୁନା ମୂଲ୍ୟ ୩୨୬ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୨,୪୨୩ ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ ମଧ୍ୟ ୯୪୫ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୮,୨୮୯ଟଙ୍କା ରହିଛି ।

ଆଜି ଏଚଡ଼ିଏଫସି ସିକ୍ୟୁରିଟି ଅନୁଯାୟୀ ସୁନା ମୂଲ୍ୟ ୫୨,୪୨୩ ଟଙ୍କା ହୋଇଛି । ସେହିପରି ଗତ ଶୁକ୍ରବାର ଦିନ ସୁନା ମୂଲ୍ୟ ୨୨୪ ଟଙ୍କା ବୃଦ୍ଧି ପାଇ ୧୦ଗ୍ରାମ ପିଛା ୫୨,୬୭୨ ଟଙ୍କା ହୋଇ କାରବାର ବନ୍ଦ ହୋଇଯାଇଥିଲା । ଯାହାର ଆନ୍ତର୍ଜାତୀୟ ବଜାରରେ ସୁନାର ଆମେରିକୀୟ ଡଲାରରେ ୧,୯୫୪ ଡଲାର ଥିଲା ।

Get real time updates directly on you device, subscribe now.