fbpx

ଦେଶରେ ବିକ୍ରି ହେଉଛି ସବୁଠାରୁ ମହଙ୍ଗା ସୁନା, ଜାଣନ୍ତୁ ଆଜିର ରେଟ୍

ଆନ୍ତର୍ଜାତୀୟ ସ୍ତରରେ ପ୍ରବଳ ବୃଦ୍ଧି ହେତୁ ଘରୋଇ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଆଜି ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୨୫ ଟଙ୍କାକୁ ବୃଦ୍ଧି ଘଟିଛି । ସୁନା ଭଳି ରୂପା ଦାମ୍ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ରୂପାର ଦାମ୍ ଆଜି ୧.୯୩୨ ଟଙ୍କା ବୃଦ୍ଧି ପାଇଛି ।

ତେବେ ଆଜି ଦିଲ୍ଲୀ ସର୍ରଫା ବଜାରରେ ୯୯.୯ ପ୍ରତିଶତ ସୁଦ୍ଧତା ଥିବା ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୫୯୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ମୁଲ୍ୟ ୨,୦୪୫,୭୦ ଡଲାର ରହିଛି ।

ସେହିପରି ରୂପା ମୂଲ୍ୟ ଏକ କିଲୋଗ୍ରାମ ପ୍ରତି ୭୩,୮୨୩ ଟଙ୍କାରୁ ୭୫,୭୫୫ ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.