ଭୁବନେଶ୍ୱର, ୬ ।୮(ଓଡିଶା ଭାସ୍କର): ଓଡିଶାକୁ UNESCO-IOC ’ସୁନାମି ସତର୍କ’ର ମାନ୍ୟତା ମିଳିଛି । ରାଜ୍ୟର ୨ଟି ଗାଁକୁ ୩ସୁନାମି ସତର୍କ’ ମାନ୍ୟତା ଦେଇଛି UNESCO-IOC । ଭାରତର ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା ପାଇଛି ଓଡିଶା । ଜଗତସିଂହପୁର ଜିଲ୍ଲା ଏରସମାର ନୋଳିଆସାହି ଗାଁକୁ ମାନ୍ୟତା ମିଳିଛି । ସେହିପରି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ଭେଙ୍କଟରାଇପୁର ଗାଁକୁ ମଧ୍ୟ ମାନ୍ୟତା ମିଳିଛି । ୨ଟି ଗାଁ ଓ ସ୍ଥାନୀୟ ପ୍ରଶାସନକୁ ଏନେଇ ଅଭିନନ୍ଦନ ଜଣାଇଛନ୍ତି ଏସଆରସି ପ୍ରଦୀପ ଜେନା ।
Get real time updates directly on you device, subscribe now.