fbpx

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଓଢଣୀ ଷଷ୍ଠୀ ନୀତି

ପୁରୀ: ଶ୍ରୀ ମନ୍ଦିରରେ ଆଜି ପାଳନ ହେଉଛି ଓଢଣୀ ଷଷ୍ଠୀ ନୀତି । ସକାଳ ଧୂପ ପରେ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି । ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଆଜି ସକାଳ ଧୂପ ପରେ ସିଂହାସନରେ ଶ୍ରୀଜିଉଙ୍କ ପାଗ ଓ ଘୋଡ଼ ଲାଗି ପରେ ଅଳଙ୍କାର ଲାଗି କରାଯିବ ।

ଓଢଣୀ ଷଷ୍ଠୀ ନୀତି ଅନୁସାରେ, ଶୀତ ଆରମ୍ଭରୁ ମହାପ୍ରଭୁଙ୍କ ଏହି ପରମ୍ପରା ଚାଲିଥାଏ । ସେବାୟତମାନେ ୩ ଠାକୁରଙ୍କୁ ଶୀତ ବସ୍ତ୍ର ପିନ୍ଧାଇଥାନ୍ତି । ଏହାପରେ ଘଣ୍ଟ, ଛତା,କାହାଳୀ ସହ ପଟିଆରରେ ପ୍ରଦିକ୍ଷଭ କରାଯାଇଥାଏ । ବଡଦେଉଳ ପ୍ରଦିକ୍ଷଣ ପରେ ରତ୍ନ ସିଂହାସନକୁ ବିଜେ କରାଯିବ ମହାପ୍ରଭୁଙ୍କୁ ।

ଅର୍ଚନା-ମାର୍ଗା ଅନୁଯାୟୀ, ମହାପ୍ରଭୁଙ୍କୁ ବସ୍ତ୍ର ପିନ୍ଧାଇବା ପାଇଁ ପ୍ରଥମେ କପଡ଼ାକୁ ଧୁଆହୋଇ ଶୁଖାଯାଇଥାଏ । ଏହାପରେ ମହାପ୍ରଭୁଙ୍କୁ ଘୋଡ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହି ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ, ତାଙ୍କର ସେବକମାନେ ନୂତନ ବସ୍ତ୍ର ପିନ୍ଧାଇବେ ।

Get real time updates directly on you device, subscribe now.