fbpx
BJD
BJD SKY
BJD SKY

ଆଜି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌: ସନ୍ଧ୍ୟା ୭ଟାରେ ରହିଛି ମୁକାବିଲା

ନୂଆଦିଲ୍ଲୀ: ଜାନୁୟାରୀ ୧୧ ତାରିଖ ବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ। ଏହି ସିରିଜକୁ ନେଇ ଦୁଇ ଦେଶ ମଧ୍ୟରେ ମୋଟ ୩ଟି ମ୍ୟାଚ ହେବାକୁ ଯାଉଛି । ଚଳିତ ସିରିଜର ପ୍ରଥମ ମ୍ୟାଚ ଆଜି ସନ୍ଧ୍ୟା ୭ଟାରେ ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଠାରେ ଆରମ୍ଭ ହେବ। ଏହି ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଦୀର୍ଘ ଦିନ ପରେ କମବ୍ୟାକ କରିବାକୁ ଯାଉଛନ୍ତି । କିନ୍ତୁ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଷ୍ଟାର ବ୍ୟାଟର ଏହି ମ୍ୟାଚ ଖେଳିବେନି । ଫଳରେ ଭାରତୀୟ କ୍ରୀଡାପ୍ରେମୀଙ୍କ ମନ ଟିକିଏ ଫିକା ପଡିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଆହତ କାରଣରୁ ଆଫଗାନିସ୍ତାନ ପକ୍ଷରୁ ଷ୍ଟାର ପ୍ଲେୟାର ରସିଦ ଖାନ ବି ଏହି ମ୍ୟାଚରେ ବାଦ ପଡିବେ ବୋଲି ଜଣାପଡ଼ିଛି।

ସୂଚନା ଥାଉକି, ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍‌ ବେଳକୁ ଉପଲବ୍ଧ ହେବେ। ସେହିପରି ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ ବୋଲି ଡ୍ରାଭିଡ ସୂଚନା ଦେଇଛନ୍ତି। ବିରାଟ କୋହଲି ଏଯାଏ ୧୧୫ ଟି-୨୦ ମ୍ୟାଚ୍‌ରେ ୪୦୦୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୨.୭୩ ରହିଛି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୩୭ରୁ ଅଧିକ। ତେଣୁ ତାଙ୍କ ଠାରୁ ଦଳ ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ଚାହୁଁଛି।

 

Get real time updates directly on you device, subscribe now.