fbpx

ମନେ ପଡନ୍ତି ବିଜୁବାବୁ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୪ତମ ଜୟନ୍ତୀ । ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ୱରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ବିଜୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ମୋଦୀ ୧୯୪୫ ମସିହାର ଏକ ଦସ୍ତାବିଜ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆତ୍ମଗୋପନ କରିଥିବା ଲୋହିଆଙ୍କୁ ବିମାନରେ ନେଇଥିଲେ ବିଜୁବାବୁ ।’ ତତକାଳୀନ ଗୁଇନ୍ଦା ବିଭାଗର ଏସମ୍ପର୍କିତ ଚିଠିକୁ ଟ୍ୱିଟ୍ କରି ଓଡିଶାର ବିକାଶ ଓ ଦେଶର ପ୍ରଗତି ପାଇଁ ବିଜୁଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ମୋଦୀ ।

ସେହିପରି ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଦେଶର ସ୍ୱାଧୀନତାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ବିଜୁଙ୍କ ଆଦର୍ଶରେ ନୂଆ ଓଡିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।’

ଏହା ସହ ନବୀନ କହିଛନ୍ତି ଯେ, ଆମ ସରକାର ଓଡିଆବାସୀଙ୍କ ସେବାରେ ୨୦ ବର୍ଷ ପୂରଣ କରିଛି । କୋଟି କୋଟି ଓଡିଆ ସମର୍ଥନ ପାଇଁ ଆମେ ସେମାନଙ୍କ ନିକଟରେ ଋଣୀ । ଏହି ଧାରାରେ ନୂଆ ଓଡିଶା ଗଠନ ପାଇଁ ଅଗ୍ରସର ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୁବାବୁଙ୍କ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ।

Get real time updates directly on you device, subscribe now.