fbpx

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ମହାବୀର ହନୁମାନଙ୍କ ଜୟନ୍ତୀ : ରାଶି ହିସାବରେ ଏହି ଉପାୟ ପାଳିଲେ ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି

ଆଜି ମହାବିଷୁବ ପଣା ସଂକ୍ରାନ୍ତି । ହିନ୍ଦୁମାନଙ୍କର ପ୍ରମୁଖ ପର୍ବ । ସେହିପରି ଓଡିଆ ନବବର୍ଷ ମଧ୍ୟ ଆଜିଠାରୁ ଆରମ୍ଭ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ଓଡିଆ ନୂଆ ବର୍ଷ କୁହାଯାଏ । ଆଜିଠାରୁ ସୂର୍ୟ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରି କର୍କଟ କ୍ରାନ୍ତି ଆଡ଼କୁ ଗମନ କରନ୍ତି । ଏହି ଦିନର ଆଉ ଏକ ମାହାତ୍ମ୍ୟ ମଧ୍ୟ ରହିଛି । ଆଜିର ଦିନକୁ ମହାବୀର ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ ।

ଓଡ଼ିଆ ପଞ୍ଜିକା ଅନୁସାରେ ଆଜି ପ୍ରଥମ ଦିନ । ତେଣୁ ପ୍ରତ୍ୟେକ ଓଡିଆ ଘରେ ତଥା ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ କରାଯାଇଥାଏ । ଘରେ ଘରେ ସଂକ୍ରାନ୍ତି ହୋମ ମଧ୍ୟ ହୋଇଥାଏ । ଆଜିଠାରୁ ଖରାର ତେଜ ଅଧିକା ହେଉଥିବାରୁ ତୁଳସୀ ଚଉରାରେ ଘଡି ବାନ୍ଧି ଜଳ ଦେବାର ବିଧି ରହିଛି । ସେହିପରି ଘରେ ଘରେ ପଣା ମଧ୍ୟ ତିଆରି ହେଉଛି । ପିଠାମିଠା ଖାଇ ନବବର୍ଷ ପାଳନ କରୁଛନ୍ତି ଲୋକେ ।

ବର୍ଷର ୧୨ ଟି ମାସରେ ବାରଟି ସଂକ୍ରାନ୍ତି ପଡିଥାଏ । ବୈଶାଖ ମାସର ସଂକ୍ରାନ୍ତି ଦିନକୁ ମହାବିଷୁଭ ସଂକ୍ରାନ୍ତି ଭାବରେ ପାଳିତ ହୋଇଥାଏ । ଏହିଦିନ ସୂର୍ଯ୍ୟଦେବ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ଓଡ଼ିଶାର ସମସ୍ତ ସ୍ଥାନରେ ପାଳିତ ହୋଇଥାଏ । ହନୁମାନ ହେଉଛନ୍ତି ମହାଦେବଙ୍କ ୧୧ ତମ ରୁଦ୍ର ଅବତାର । ଚଳିତଥର ହନୁମାନ ଜୟନ୍ତୀରେ ବିଶେଷ ଭାବରେ ଲକ୍ଷ୍ମୀ ନାରାୟଣ ଯୋଗ ଘଟୁଛି । ଯାହାକି ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

ହନୁମାନ ଜୟନ୍ତୀ ଦିନ ବିଶେଷ ଯୋଗ ଘଟୁଥିବା କାରଣରୁ ମହାବଳୀ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ଓ ବାଧା ଜୀବନରୁ ଦୁରେଇ ଯିବ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଦିନରେ କିଛିଟା ଉପାୟ କରିବା ଦ୍ୱାରା ଜୀବନରୁ ଆର୍ଥିକ ଅନାଟନରୁ ତ୍ରାହି ମିଳିବ ।

ମେଷ ରାଶି– ଆଜିର ଦିନରେ ମେଷ ରାଶିର ବ୍ୟକ୍ତି ହନୁମାନ ଓ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାମ ଚାରିଟା ମାନସର ବାଳକାଣ୍ଡ ପାଠ କରନ୍ତୁ ଓ କନ୍ୟା ମାନଙ୍କୁ ଭୋଜନ କରାନ୍ତୁ l ଏହା ସହିତ ମହାବୀରଙ୍କ ନିକଟରେ ତୁଳସୀ ଅର୍ପଣ କରନ୍ତୁ l

ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ଆଜିର ଦିନରେ ଓଂ ନମୋ ହନୁମନ୍ତ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ ଓ ଛୋଟ ପିଲାଙ୍କୁ ମିଷ୍ଟାନ୍ନ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ।

ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତି ଆଜିର ଦିନରେ ହନୁମାନ ଚାଳିଶା ପାଠ କରିବା ସହିତ ମହାଦେବ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ, ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ଜୀବନ ସୁଖମୟ ହୋଇଥାଏ ।

କର୍କଟ ରାଶି – ଆମ ହିନ୍ଦୁ ଧର୍ମରେ ରାମ ରକ୍ଷା ସ୍ତୋତ୍ରର ଖୁବ ମହାତ୍ମ୍ୟ ରହିଛି । ତେଣୁ ଆଜିର ଦିନରେ ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ ଓ ଭିକ୍ଷୁକ ମାନଙ୍କୁ ଭୋଜନ କରନ୍ତୁ । ଏଭଳି କରିବା ଦ୍ୱାରା ସର୍ବାରିଷ୍ଟ ଖଣ୍ଡନ ହେବ ଓ ଜୀବନ ସୁଖମୟ ହେବ ।

ସିଂହ ରାଶି – ସିଂହ ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ହେବା ପାଇଁ ଆଜିର ଦିନରେ ହନୁମାନ ଅଷ୍ଟକ ପାଠ କରିବା ସହିତ ହନୁମାନ ମନ୍ଦିରରେ ଧ୍ବଜା ଅର୍ପିତ କରନ୍ତୁ । ଏଭଳି କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।

କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସୁଂଦରକାଣ୍ଡ ପାଠ କରିବା ଖୁବ ଭଲ । ତେଣୁ ଆଜିର ଦିନରେ କନ୍ୟା ରାଶିର ବ୍ୟକ୍ତି ହଳଦିଆ ବସ୍ତ୍ର ଧାରଣ କରି ସୁଂଦରକାଣ୍ଡ ପାଠ କରନ୍ତୁ । ଏଭଳି କରିବା ଦ୍ୱାରା ଜୀବନରେ ଧନ ପ୍ରାପ୍ତି ସଂଯୋଗ ଘଟିବ ।

ତୁଲାରାଶି – ଏହି ରାଶିର ବ୍ୟକ୍ତି ଆଜିର ଦିନରେ ହନୁମାନଙ୍କୁ ତୁଳସୀ ଅର୍ପଣ କରିବା ସହିତ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ ଓ ବଜରଙ୍ଗ ବାଣ ପାଠ କରନ୍ତୁ । ଏପରି କରିବା ଦ୍ୱାରା ମନୋବଞ୍ଚିତ ଫଳ ପ୍ରାପ୍ତି ହେବ ।

ବିଛା ରାଶି – ଆଜିର ଦିନଟି ଖୁବ ଶୁଭ ହୋଇ ଥିବାରୁ ବିଛା ରାଶିର ବ୍ୟକ୍ତି ମାଙ୍କଡ଼ ମାନଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ । ଏହାଛଡା ହାତରେ ତୁଳସୀ ଧରି ହନୁମାନ ଚାଳିଶା ପାଠ କରନ୍ତୁ । ପାଠ ଶେଷରେ ସେହି ତୁଳସୀ ହନୁମାନଙ୍କ ନିକଟରେ ଅର୍ପଣ କରି ଦିଅନ୍ତୁ ।

ଧନୁ ରାଶି – ଏହି ରାଶିର ବ୍ୟକ୍ତିମାନେ ଆଜିର ଦିନରେ ହନୁମାନ କବଚ ପାଠ କରିବା ସହିତ ମନ୍ଦିରରେ ହନୁମାନ ଚାଳିଶା ଦାନ କରନ୍ତୁ । ଏହାଛଡା ନିଜ ରୋଜଗାର ମୁତାବକ ଜଳ ଦାନ କରନ୍ତୁ ।

ମକର ରାଶି – ମକର ରାଶିର ବ୍ୟକ୍ତିମାନେ ଆଜିର ଦିନରେ ହନୁମାନଙ୍କ ନିକଟରେ ଶ୍ରୀରାମ ନାମ ୧୦୮ ଥର ଜପ କରନ୍ତୁ ଓ ଲଡୁ ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ଆର୍ଥିକ ସ୍ଥିତି ଠିକ ରହିବ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଆଜିର ଦିନରେ ସୁନ୍ଦରକାଣ୍ଡ ପାଠ କରନ୍ତୁ ଏବଂ ମାଛ ମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଓ ବିଘ୍ନ ଦୂର ହେବ ଓ ଜୀବନ ସୁଖମୟ ହେବ ।

ମୀନ ରାଶି – ଆଜିର ଦିନରେ ଉଭୟ ମହାଦେବ ଓ ହନୁମାନଙ୍କ ନିକଟରେ ଅଖଣ୍ଡ ଦୀପ ଅର୍ପଣ କରନ୍ତୁ । ଏହାଛଡା ଅଯୋଧ୍ୟା କାଣ୍ଡ ପାଠ କରନ୍ତୁ ଏବଂ ଵୃଦ୍ଧାଶ୍ରମରେ ଭୋଜନ କରାନ୍ତୁ । ଯାହାକି ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିବ । ଏହାଛଡା ବ୍ୟବସାୟରେ ମଧ୍ୟ ସଫଳ ହେବେ ।

Get real time updates directly on you device, subscribe now.