fbpx
BJD SKY
BJD SKY

ଆଜି ବର୍ଷର ସବୁଠାରୁ ବଡ ଦିନ, ୨୭ ଜୁନ୍ ଠାରୁ ରାତ୍ରୀର ସମୟ ବଢିବ ଓ ଦିନର ସମୟ ଛୋଟ ହୋଇଯିବ

BJD

ପ୍ରୟାଗରାଜ : ଆଜି ବର୍ଷର ସବୁଠାରୁ ବଡ ଦିନ । ଦିନ ରାତି ୨୪ ଘଣ୍ଟା ମଧ୍ୟରୁ ଆଜି ଦିନ ୧୩ ଘଣ୍ଟା ୪୪ ମିନିଟ୍ ରହିବ ଆଉ ରାତି ୧୦ ଘଣ୍ଟା ୧୬ ମିନିଟ୍ ରହିବ । ପ୍ରୟାଗରାଜ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଶାସ୍ତ୍ରୀ କହିଛନ୍ତି ୨୭ ଜୁନ୍ ଠାରୁ ରାତ୍ରୀର ସମୟ ବୃଦ୍ଧି ପାଇବ ଓ ଦିନ ସମୟ ଛୋଟ ହୋଇ ଯିବ ।

୨୧ରୁ ୨୬ ଜୁନ୍ ପର୍ଯ୍ୟନ୍ତ ଆମେ ସବୁଠାରୁ ବଡ ଦିନ ଦେଖିଛୁ । ୨୭ ଜୁନ୍ ଠାରୁ ଏକ ଏକ ମିନିଟ୍ କରି ଦିନର ସମୟ ହ୍ରାସ ପାଇବ ଓ ରାତି ବଢି ବଢି ଯିବ । ଏହି ପ୍ରକାରେ ୨୩ ସେପ୍ଟେମ୍ବର ଓ ୨୩ ମାର୍ଚ୍ଚରେ ୧୨ ଘଣ୍ଟା ଦିନ ଓ ୧୨ଘଣ୍ଟା ରାତି ରହିବ ଅର୍ଥାତ୍ ଦିନ ଓ ରାତି ସମାନ ରହିବ । ୨୪ ଡିସେମ୍ବରରେ ରାତି ସବୁଠାରୁ ବଡ ରହିବ ଯାହାର ଅବଧି ୧୩ ଘଣ୍ଟା ୪୪ ମିନିଟ୍ ରହିବ । ଅନ୍ୟପକ୍ଷରେ ଦିନର ଅବଧି ୧୦ ଘଣ୍ଟା ୧୬ ମିନିଟ୍ ରହିବ ।

ଆଚାର୍ଯ୍ୟ ଶାସ୍ତ୍ରୀ କହିଛନ୍ତି ୨୧ ଜୁନ୍ ରେ ସୂର୍ଯ୍ୟ ପୃଥିବୀ ଠାରୁ ବହୁତ ଉଚ୍ଚତାରେ ଥାଆନ୍ତି । ଏହି ଦିନ ଠାରୁ ହିଁ ରାତି ବଡ ହେବାକୁ ଲାଗିଥାଏ । ୨୧ ସେପ୍ଟେମ୍ବର ବେଳକୁ ଦିନ ଓ ରାତି ସମାନ ସମୟ ହୋଇଯାଏ । ପୁନର୍ବାର ୨୧ ସେପ୍ଟେମ୍ବର ଠାରୁ ରାତି ବଡ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ଓ ଏହି ପ୍ରକ୍ରିୟା ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିଥାଏ ।

Get real time updates directly on you device, subscribe now.