fbpx

ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ; ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟିଂ

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା । ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ହେଉଛି ଭୋଟ ଗ୍ରହଣ ।

ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ସମୁଦାୟ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ମତଦାନ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ଅଛନ୍ତି।

ଫୋକସରେ ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ। ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୁଥ୍ ମୁହାଁ ଭୋଟର୍ । ହେଲ୍ପଡେସ୍କ କରାଯାଇ ସମସ୍ତ ସୂଚନା ଦିଆଯାଉଛି । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟିଂ ପାଇଁ ଭଟର୍ କାର୍ଡ ଧରି ବୁଥ୍ ଅଭିମୁଖେ ଯାଉଛନ୍ତି ଭୋଟର୍ ।

Get real time updates directly on you device, subscribe now.