fbpx

ଭିକି କୌଶଲ ଓ କଟ୍ରିନା କୈଫଙ୍କର ଆଜି ହେଉଛି ରେଜିଷ୍ଟର୍ ମ୍ୟାରେଜ୍! ୯ରେ ହେବ ରାଜକୀୟ ବିବାହ

ମୁମ୍ବାଇ: ବଲିଉଡ୍ ର ବାର୍ବିଗର୍ଲ କଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଆଜି କଟ୍ରିନା ଓ ଭିକି ଆଇନ ଅନୁସାରେ ବିବାହ କରୁଛନ୍ତି । ଅର୍ଥାତ୍ ଆଜି ସେମାନେ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଆଧାରରେ ରେଜିଷ୍ଟାର୍ ମ୍ୟାରେଜ୍ କରୁଛନ୍ତି । ଏନେଇ ଜାତୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଆଜି ଏହି ଦୁଇ ଦମ୍ପତି ରେଜିଷ୍ଟାର୍ ମ୍ୟାରେଜ୍ କରିବା ପରେ ଡିସେମ୍ବର ୯ ତାରିଖରେ ପାରମ୍ପରିକ ରୀତିନୀତି ଅନୁସାରେ ରାଜସ୍ଥାନର ଏକ ରିସୋର୍ଟରେ ବିବାହ କରିବେ ।

ମିଡିଆ ରିପୋର୍ଟ ଅନୁସାରେ, “ଭିକି-କ୍ୟାଟ୍ ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିବେ ଏବଂ ସେମାନଙ୍କର ବିବାହକୁ ଆନୁଷ୍ଠାନିକ କରିବେ। କୋର୍ଟ ବିବାହ ପରେ ଭିକି-କ୍ୟାଟ୍ ସପ୍ତାହକ ମଧ୍ୟରେ ସେମାନଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ରାଜସ୍ଥାନ ରେ ବିବାହ କରିବେ” ।

ତେବେ ଭିକି ଓ କ୍ୟାଟ୍ ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲ ସିକ୍ସ ସେନ୍ସ ଦୁର୍ଗରେ ବିବାହ କରିବେ। ଏହି ଗ୍ରାଣ୍ଡ ହୋଟେଲ ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାରେ ଅବସ୍ଥିତ। ଡିସେମ୍ବର ୭-୧୦ ରୁ ବିବାହ ସମାରୋହ ଅନୁଷ୍ଠିତ ହେବ, କିନ୍ତୁ ଏଥିପାଇଁ ଡିସେମ୍ବର ୪ ରୁ ୧୧ ପର୍ୟ୍ୟନ୍ତ ହୋଟେଲ ବୁକ୍ କରାଯାଇଛି। ବିବାହର ଆୟୋଜନ ପାଇଁ ଅନେକ ଇଭେଣ୍ଟ କମ୍ପାନୀ କାର୍ୟ୍ୟ କରୁଛନ୍ତି। ବିବାହରେ ମୋବାଇଲ୍ ଫୋନ୍ ନିଷେଧ। ମାସ୍କ ବିନା ବିବାହରେ ପ୍ରବେଶ ନିଷେଧ।

 

Get real time updates directly on you device, subscribe now.