fbpx

ଶେଷରେ ପ୍ରେମ ଜିତିଲା, ୧୨ ଦିନର ସଂଘର୍ଷ ପରେ ମିଳିଲା ନ୍ୟାୟ: ଆଜିଠାରୁ ନୂଆ କାହାଣୀ ଲେଖିବେ ସୁମିତ-ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖାପାଖି ଦୁଇ ସପ୍ତାହ ଧରି ନ୍ୟାୟ ପାଇଁ ସଂଘର୍ଷ କରିଆସୁଥିବା ତପସ୍ୱିନୀ ଦାଶଙ୍କୁ ଶେଷରେ ନ୍ୟାୟ ମିଳିଛି । ତାଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ସହ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଆଜି ଦମ୍ପତି ନୂଆ ସକାଳ ଆରମ୍ଭ କରିଛନ୍ତି । ଉଭୟେ ସାତ ଦିନ ପାଇଁ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ରାୟ ଶୁଣାଇଥିଲେ । ତେବେ ଉଭୟଙ୍କୁ ପୋଲିସର ସୁରକ୍ଷା ବଳୟରେ ଆସିକା ନିଆଯାଇଥିଲା । ଆସିକା ଥାନାରେ ଦୁହେଁ ପହଞ୍ଚିବା ପରେ ଥାନା ଅଧିକାରୀଙ୍କ ହେପାଜତରେ ଆସିକା ଅତିଥି ଭବନରେ ସେମାନଙ୍କୁ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଉଭୟ ସୁମିତ ଓ ତପସ୍ୱିନୀ ଏକ ଭଡ଼ା ଘରେ ଏକାଠି ୭ ଦିନ ପାଇଁ ରହିବା ପାଇଁ ଗତକାଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଏକ ଭଡ଼ା ଘର ଠିକ୍ କରିବା ନେଇ କୋର୍ଟ ଆସ୍କା ଥାନା ଆଇଆଇସିଙ୍କୁ ଦାୟିତ୍ୱ ଦେଇଥିଲେ । ଏହି ସମୟ ମଧ୍ୟରେ ଉଭୟଙ୍କୁ କେହି ସାକ୍ଷାତ କରିପାରିବେ ନାହିଁ ବୋଲି ମଧ୍ୟ କୋର୍ଟ କହିଥିଲେ । ନ୍ୟାୟ ପାଇଁ ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ବସିଥିବା ସମୟରେ କୋର୍ଟ ପକ୍ଷରୁ ଉଭୟଙ୍କର କାଉନସେଲିଂ କରାଯାଇଥିଲା । ପରିବର୍ତ୍ତୀ ସମୟରେ କୋର୍ଟ ନିଜର ରାୟ ଶୁଣାଇଥିଲେ । ଦୁହିଁଙ୍କ ମଧ୍ୟରେ ଗଭୀର ଭଲପାଇଥିବା ଥିବା ନେଇ ପୂର୍ବରୁ ତପସ୍ୱିନୀ କହିଆସୁଥିଲେ । ଶେଷରେ ତପସ୍ୱିନୀ ନ୍ୟାୟ ପାଇଛନ୍ତି ଆଉ ଜିତିଛି ତାଙ୍କର ପ୍ରେମ । ଆଜିଠାରୁ ଦୁହେଁ ନୂଆ ଜୀବନର ଶୁଭାରମ୍ଭ କରିଛନ୍ତି ।

Get real time updates directly on you device, subscribe now.