fbpx

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ରବିବାର କାର୍ଯ୍ୟରେ ଯୋଗଦେବେ ସମସ୍ତ ସରକାରୀ କର୍ମଚାରୀ । ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ୱାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟିରେ ଥିବା କର୍ମଚାରୀ ଛୁଟି ବାତିଲ କରି ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଏହା ସହ ସେ କହିଛନ୍ତି ଯେ, ‘ଆଇଏମଡି ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ସ୍ଥଳଭାଗରେ ଅଳ୍ପ ସମୟ ରହିବା ପରେ ପୁଣି ସମୁଦ୍ରକୁ ଫେରି ବାତ୍ୟା ଫେରିଯାଇପାରେ । ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ । ୪ ତାରିଖରେ ବର୍ଷା ଓ ପବନର ପରିଣାମ ଅଧିକ ରହିବ । ବାତ୍ୟାର ପ୍ରଭାବ ବିଶେଷ କରି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ଅଧିକ ରହିବ । ଏହି ଜିଲ୍ଳା ମାନଙ୍କରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ । ଏହାପରେ ୫ ତାରିଖରେ ଉତ୍ତର ଉପକୂଳ ଜିଲ୍ଲାମାନଙ୍କରେ ବର୍ଷାର ପ୍ରଭାବ ରହିବ ।’

Get real time updates directly on you device, subscribe now.