fbpx

ଦୁର୍ଗାଷ୍ଟମୀରେ ମା’ଙ୍କ କୃପା ପାଇବାକୁ ଚାହାଁନ୍ତି କି? ତେବେ କରନ୍ତୁ ଏହି ଉପାୟ

ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମୀର ତିଥିରେ ମା’ ଦୁର୍ଗାଙ୍କ ୮ମ ସ୍ୱରୂପ ତଥା ମା’ ମହାଗୌରୀଙ୍କ ପୂଜା କରାଯାଉଛି । କୁହାଯାଏ ଯେ, ମା ମହାଗୌରୀ ପ୍ରସନ୍ନ ହେଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିବା ସହିତ ପାପର ବିନାଶ କରିଥାନ୍ତି । ନବରାତ୍ରିର ପ୍ରତ୍ୟେକ ଦିନରେ ମା’ଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରିବାରୁ ଅଲଗା ଲାଭ ମିଳିଥାଏ । କିନ୍ତୁ ଅଶ୍ୱିନ ମାସର ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିରେ ଘରେ କନ୍ୟାଙ୍କୁ ଡାକି ପୂଜା କରିବାର ବିଧାନ ରହିଛି । କିଛି ଲୋକେ ନବମୀ ଦିନ କନ୍ୟାପୂଜା କରିଥାନ୍ତି । ତେବେ ଏହି ଦିନ ମାଙ୍କ କୃପା ପାଇବା ପାଇଁ କିଛି ସ୍ୱତନ୍ତ୍ର ଉପାୟ ରହିଛି, ଯାହାକୁ କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଆସିବା ସହିତ ସର୍ବଦା ମା’ଙ୍କ କୃପା ମିଳିଥାଏ । ଆସନ୍ତୁ ଜାଣିବା ଉପାୟ…..

୧- ମହା ଅଷ୍ଟମୀ ଦିନ ବିବାହିତାଙ୍କୁ ଲାଲ୍ ରଙ୍ଗର ଶାଢ଼ୀ ଓ ଶୃଙ୍ଗାର କରିବା ସାମଗ୍ରୀ ଉପହାର ସ୍ୱରୂପ ଦେବା ଦ୍ୱାରା ଘର ପରିବାରରେ ସୁଖ-ସମୃଦ୍ଧି ଆସିଥାଏ ଓ ଘରେ କେବେ ବି ଧନର ଅଭାବ ରହିନଥାଏ । ଏହା ସହ ଆପଣ ରୂପାର ମୁଦ୍ରା ବି ଦାନ କରିପାରିବେ ।

୨- ମହାଷ୍ଟମୀ ଦିନ କନ୍ୟା ପୂଜା ସହିତ ଲାଲ୍ ରଙ୍ଗର ଓଢ଼ଣୀରେ ମୁଦ୍ରା ଓ ବତାସ ରଖି ଦେବୀ ମା’ଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଦେବୀ ମା ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ସମସ୍ତ ମନସ୍କାମନା ଖୁବଶୀଘ୍ର ପୂରଣ କରନ୍ତି ।

୩- ଅଷ୍ଟମୀ ଦିନ କନ୍ୟା ପୂଜାର ବିଶେଷ ମହତ୍ୱ ରହିଛି । ଏହି ଦିନ କନ୍ୟାଙ୍କୁ ଘରକୁ ଡାକି ମନପସନ୍ଦର ଭୋଜନ ଦିଆଯାଏ । ସେମାନଙ୍କର ଆବଶ୍ୟକତା ମୁତାବକ କିଛି ସାମଗ୍ରୀ ମଧ୍ୟ ଉପହାରରେ ଦିଆଯାଏ । ଏପରି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ।

୪- ମହା ଅଷ୍ଟମୀ ଦିନ ତୁଳସୀ ଗଛ ପାଖରେ ୯ଟି ଦୀପ ଜଳାନ୍ତୁ ଓ ପରିକ୍ରମା କରନ୍ତୁ । ଏପରି କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ । ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବା ସହିତ ସୃଖ-ସମୃଦ୍ଧି ବଢ଼ିଥାଏ ।

୫- ଅଷ୍ଟମୀ ଦିନ ମା ଦୁର୍ଗାଙ୍କୁ ଲବଙ୍ଗର ମାଳ ଅର୍ପଣ କରନ୍ତୁ । ଏହା ପରେ ଲାଲ୍ ଗୋଲାପୀ ଫୁଲରେ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଦେବୀ ମା’ ଆପଣଙ୍କର ସମସ୍ତ କଷ୍ଟ ଦୂର କରିବେ ।

Get real time updates directly on you device, subscribe now.