fbpx
BJD SKY
BJD SKY

ଆଜି ଏସିଆ କପର ତୃତୀୟ ମୁକାବିଲା, ଏହି ଦୁଇ ଦଳ ମଧ୍ୟରେ ହେବ ରୋମାଞ୍ଚକର ଲଢେଇ

BJD

ନୂଆଦିଲ୍ଲୀ: ୟୁଏଇରେ ଖେଳାଯାଉଥିବା ଏସିଆ କପ୍ ୨୦୨୨ର ତୃତୀୟ ମୁକାବିଲା ଆଜି ସାରଜାରେ ଖେଳାଯିବ। ଏ ପର‌୍ୟ୍ୟନ୍ତ ଦୁଇଟି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଛି। ସିଜିନର ପ୍ରଥମ ମୁକାବିଲା ସାରଜାର ଛୋଟ ମଇଦାନରେ ଖେଳାଯିବ। ଏହି ମ୍ୟାଚରେ ମୁହାଁମୁହିଁ ହେବେ ବାଂଲାଦେଶ ଏବଂ ଆଫଗାନିସ୍ତାନ। ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବଡ ବିଜୟ ହାସଲ କରି ସାରିଛି। ଦଳର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି। ବାଂଲାଦେଶ ସହ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ବାଂଲାଦେଶ ଦଳ ଆଜି ଏସିଆ କପରେ ନିଜର ଅଭିଯାନଅ ଆରମ୍ଭ କରିବ। ଦଳର ନେତୃତ୍ଵ ନେଉଛନ୍ତି ବିଶ୍ଵର ଅନ୍ୟତମ ଅଲରାଉଣ୍ଡର ସାକିବ ଉଲ ହସନ। ଗତ କିଛି ମ୍ୟାଚରେ ବାଂଲାଦେଶ ଦଳ ଭଲ ପ୍ରଦର୍ଶନ କରି ଆସିଛି। ମାତ୍ର ଆଫଗାନିସ୍ତାନ ଦଳ ମଧ୍ୟ ଭଲ ଲୟରେ ଅଛି।

ଆଫଗାନିସ୍ତାନ ବ୍ୟାଟିଂ ଏବଂ ବୋଲିଂରେ ଶ୍ରୀଲଙ୍କା ବିପକ୍ଷରେ ଦବଦବା ଜାହିର କରିଥିଲା। ଦଳ ପୁଣି ଥରେ ପ୍ରମାଣିତ କରିଛି ଯେ, ଛୋଟ ଫର୍ମାଟରେ ଭଲ ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖିଛି ଆଫଗାନିସ୍ତାନ। ଶ୍ରୀଲଙ୍କାକୁ ୧୦୫ ରନରେ ଅଲଆଉଟ୍ କରିବା ପରେ ଆଫଗାନିସ୍ତାନ ମାତ୍ର ଦୁଇ ଓ୍ଵିକେଟ୍ ହରାଇ ୧୦.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳର ବ୍ୟାଟସମ୍ୟାନ ମଧ୍ୟ ଭଲ ଲୟରେ ଅଛନ୍ତିା

ଉଲ୍ଲେଖନୀୟ ଯଦି ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶ ଅଳ୍ପ ବ୍ୟବଧାନ ବିଜୟୀ ହୁଏ ତେବେ ବି ସୁପର ୪ରେ ଆଫଗାନିସ୍ତାନ ପହଞ୍ଚିଯିବ। କାରଣ ମହମ୍ମଦ ନବିଙ୍କ ନେତୃତ୍ଵାଧୀନ ଦଳର ନେଟ୍ ରନ ରେଟ୍ ଯୁକ୍ତ ୫.୧୭୬ ରହିଛି। ତେଣୁ ଦଳକୁ ସୁପର ୪ରେ ପହଞ୍ଚିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ। ହେଲେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରୁ କିଏ ଆଗକୁ ଯିବ ତାହା ଦେଖିବା ବାକି ରହିଲା।

 

Get real time updates directly on you device, subscribe now.