fbpx

ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ହେବ ବଡ ଲଢେଇ: ମୁହାଁମୁହିଁ ହେବେ ହାର୍ଦ୍ଦିକ ଏବଂ ରାହୁଲ

Advertisement

ମୁମ୍ବାଇ: ଚଳିତ ବର୍ଷ ପ୍ରଥମ ସିଜନରେ ହିଁ ଧମାକାଦାର ପ୍ରଦର୍ଶନ ଜାରି ରଖିଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୧୧ଟି ମ୍ୟାଚରୁ ୮ଟି ଲେଖାଏଁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନ କବଜା କରିଛନ୍ତି ଏହି ଦୁଇ ଟିମ । ତେବେ ଆଜି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ଲଢେଇ ହେବାକୁ ଯାଉଛି । ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । ଦୀର୍ଘ ଦିନରୁ ପ୍ରଥମ ସ୍ଥାନରେ କବଜା କରିଥିବା ଗୁଜୁରାଟ ଗତ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଏବେ ଦୁଇ ନମ୍ବରକୁ ଖସିଆସିଛି । ତେବେ ଏହାର ଫାଇଦା ଉଠାଇ ଏକ ନମ୍ବରରେ ପହଞ୍ଚି ଯାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଆଜିର ମ୍ୟାଚରେ ସିଜନର ପ୍ରଥମ କ୍ୱାଲିଫାୟର ମିଳିବ ।

ସିଜନ ଆରମ୍ଭରୁ ଦମଦାର ପ୍ରଦର୍ଶନ କରୁଥିବା ଗୁଜୁରାଟ ନିଜର ଶେଷ ୨ଟି ମ୍ୟାଚରେ ଫେଲ ମାରିଛି । ପ୍ରଥମେ ପଞ୍ଜାବ ଏବଂ ପରେ ମୁମ୍ବାଇଠୁ ପରାସ୍ତ ହୋଇଛି ହାର୍ଦ୍ଦିକଙ୍କ ଟିମ । ସେପଟେ ରାହୁଲ ଦଳର ଶେଷ ୪ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିଜନରେ ଏହି ଦଳ ଖୁବ ସନ୍ତୁଳିତ ମନେ ହେଉଛି । ଦମଦାର ବ୍ୟାଟିଂ ସହ ପ୍ରଭାବଶାଳୀ ବୋଲିଂ ମଧ୍ୟ ଜାରି ରଖିଛନ୍ତି ଦଳର ଷ୍ଟାର କ୍ରିକେଟର । ଅନ୍ୟ ପକ୍ଷରେ ଗୁଜୁରାଟ ନିକଟରେ ମଧ୍ୟ ଅନେକ ମ୍ୟାଚ ୱିନର ରହିଛନ୍ତି । କିନ୍ତୁ ଗତ କିଛିଟା ମ୍ୟାଚରେ ଦଳ ପାଇଁ ବ୍ୟାଟିଂ କ୍ଷେତ୍ରରେ ସାମାନ୍ୟ ଦୁର୍ବଳ ହୋଇ ପଡିଛି । ତେବ ଖୁବ ଶୀଘ୍ର ଏତିରେ ନିରନ୍ତରତା ଆଣିବାକୁ ଚେଷ୍ଟା କରିବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଟପ ଅର୍ଡର ବ୍ୟାଟ୍ସମ୍ୟାନ ଲମ୍ବା ପାଳି ଖେଳିବା ସହ ମଧ୍ୟକ୍ରମରେ ଦଳକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଏହି ସମୟରେ ଲୟ ହରାଇବା ଗୁଜୁରାଟ ପାଇଁ ଖୁବ ମହଙ୍ଗା ପଡିପାରେ ।

ତେବେ ଆସନ୍ତୁ ଜାଣିବା କଣ ରହିପାରେ ଆଜିର ଉଭୟ ଦଳର ପ୍ଲେଇଙ୍ଗ ୧୧

ଗୁଜୁରାଟ ଟାଇଟନ୍ସ:

ଶୁଭମନ ଗିଲ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, ଅଭିନବ ମନୋହର/ ବି ସାଇ ସୁଦର୍ଶନ, ଡାଭିଡ ମିଲର, ରାହୁଲ ତେୱାତିଆ, ରାଶିଦ ଖାନ, ଅଲଜୋରୀ ଜୋସେଫ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ, ମହମ୍ମଦ ସାମୀ

ଲକ୍ଷ୍ନୌ ସୁପର ଜିଆଣ୍ଟସ:

କ୍ୱିଣ୍ଟନ ଡି କକ୍, କେ.ଏଲ ରାହୁଲ, ଆୟୁଶ ବଦୋନୀ, ଦୀପକ ହୁଡ୍ଡା, ମାର୍କସ ଷ୍ଟୋଇନିସ, କ୍ରୁନାଲ ପାଣ୍ଡ୍ୟା, ଜେସନ ହୋଲ୍ଡର, ଦୁଷ୍ମନ୍ଥା ଚମୀରା, ରବି ବିଷ୍ଣୋଇ, ମହସିନ ଖାନ, ଆବେଶ ଖାନ

Get real time updates directly on you device, subscribe now.