fbpx

ଆଜି ରାଜ୍ୟରେ କରୋନାରେ ଜଣେ ମୃତ:ସେପଟେ କମୁନି ୧୮ ବର୍ଷରୁ କମ ସଂକ୍ରମଣ…

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ତଳକୁ ଖସିଛି କରୋନା ଗ୍ରାଫ । ଏହା ସହିଲା ୨୪ ଘଣ୍ଟା ରେ ଜଣ ଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୨୮ ଜଣ ସଂକ୍ରମିତ ରହିଛନ୍ତି । ଦେଖିବାକୁ ଗଲେ ରାଜ୍ୟ ରେ ୧୮ ବର୍ଷ ରୁ କମ ସଂକ୍ରମଣ କମିବାର ନା ନେଉ ନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୦୬୬୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

 

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ,ବାଲେଶ୍ୱରରୁ ୯ ଜଣ,ବରଗଡ ଜିଲ୍ଳାରୁ ୨୭ ଜଣ,ଭଦ୍ରକ ଜିଲ୍ଲାରୁ ୪ଜଣ,ବଲାଙ୍ଗୀର ରୁ ୩୯ ଜଣ,ବୌଦ୍ଧରୁ ୪ଜଣ,କଟକରୁ ୧୯ ଜଣ,ଦେଓଗଡରୁ ୪ ଜଣ, ଢ଼େଙ୍କାନାଳ ୧ ଜଣ , ଗଜପତିରୁ ୭ଟି,ଗଞ୍ଜାମରୁ ୧୫ଜଣ, ଜଗତସିଂପୁର ୫, ଯାଜପୁରରୁ ୧୪ ଜଣ, ଝାଡସୁଗୁଡାରୁ ୬ଜଣ,କଳାହାଣ୍ଡିରୁ ୩୦ ଜଣ,କନ୍ଧମାଳରୁ ୧୫ ଜଣ, କେନ୍ଦ୍ରାପଡାରୁ ୭ଜଣ, କେନ୍ଦୁଝର ରୁ ୨ ଜଣ. ଖୋର୍ଦ୍ଧାରୁ ୯୬ ଜଣ,କୋରାପୁଟରୁ ୧୩ ଜଣ,ମୟୁରଭଞ୍ଜରୁ ୩୩ ଜଣ,ନବରଙ୍ଗପୁରର ୧୪ଜଣ,ନୟାଗଡରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ନୂଆପଡାରୁ ୮ଜଣ,ପୁରୀରୁ ୩ଜଣ, ରାୟଗଡାରୁ ୪ଜଣ,ସମ୍ବଲପୁରର ୪୬ ଜଣ, ସୋନପୁରର୧୪ ଜଣ,ସୁନ୍ଦରଗଡରୁ ୧୭୩ ଜଣ , ଷ୍ଟେଟପୁଲରୁ ୨୧ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୫୨୧୩ ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୬୨୪୯ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୮୩୭୭୬୬ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.