Today’s gold rate : ଗ୍ରାହକଙ୍କ ପାଇଁ ଖୁସି ଖବର, କମିବାରେ ଲାଗିଛି ସୁନା ଦର

ଭୁବନେଶ୍ୱର : ସୁନା କିଣିବାକୁ ଉଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଦିନକୁ ଦିନ କମିବାରେ ଲାଗିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତି ଦିନ ସୁନା ଦରରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ଓଡିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଓ ରୂପାର ଦର । ତେବେ ସୁନା କିଣିବାକୁ ଚାହୁଁଥିଲେ ଜାଣି ନିାନ୍ତୁ କେତେ ରହିଛି ଭାରତୀୟ ବଜାରରେ ସୁନାର ଦାମ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୩,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୮,୭୨୦ ଟଙ୍କା ରହିଛି ।

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୯,୪୫୦ ଟଙ୍କା ରହିଛି । କିନ୍ତୁ ଦେଶର କେତେକ ସ୍ଥାନରେ ସୁନାର ମୂଲ୍ୟ ସ୍ଥିର ହୋଇ ବି ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୬୫୦ଟଙ୍କା ଓ ୫୯,୬୦୦ଟଙ୍କା ରହିଛି ।

ଏହା ବ୍ୟତୀତ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ଯଥାକ୍ରମେ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ରହିଛି। ଏହା ସହିତ ରୂପାର ମୂଲ୍ୟ୧ କିଲୋଗ୍ରାମପ୍ରତି ୭୬,୪୦୦ ଟଙ୍କା ରହିଥିବାର ରେକର୍ଡ କରାଯାଇଛି । ସୁନା ବଦଳରେ ବର୍ତ୍ତମାନ ରୂପାର ଦରରେ ବୃଦ୍ଧି ହୋଇ ଚାଲିଛି ।