fbpx
BSKY
BJD MC SKY
BJD MS SKY

ପ୍ରେସରକୁକରରେ ପିଟି ହତ୍ୟା କଲା ଲିଭ-ଇନ-ପାର୍ଟନରର : ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଦିନକୁ ଦିନ ହତ୍ୟାର ମାମଲା ବଢିବାରେ ଲାଗିଛି । ମଣିଷ ରାଗରେ କ’ଣ ଯେ କରେ ତାହା ତାକୁ ଜଣା ପଡେ ନାହିଁ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସନ୍ଦେହ କରି ତାହର ଲିଭ-ଇନ ପାର୍ଟରକୁ ପ୍ରେସରକୁକୁରରେ ମାରି ହତ୍ୟା କରିଥିବାର ମାମଲା ଜଣାପଡିଛି । ପ୍ରେସର କୁକୁରରେ ମହିଳାଙ୍କ ମୁଣ୍ଡକୁ ବ୍ୟକ୍ତି ଜଣକ ଜୋରରେ ଆଘାତ ଦେଇଥିଲେ । ଯାହା ଫଳରେ କି ମହିଳାଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଜଣେ ମହିଳା ଏବଂ ପୁରୁଷ ବେଙ୍ଗଲୋର ସ୍ଥିତ ନ୍ୟୁ ମାଇକୋ ଲେଆଉଟର ଏକ ଘରେ ଲିଭ-ଇନ ରିଲେସନସିପରେ ରହୁଥିଲେ । ଏମାନଙ୍କ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକେ ମଧ୍ୟ ଜାଣି ଥିଲେ । ମହିଳାଙ୍କ ନାମ ଦେବୀ ଥିବା ବେଳେ ପୁରୁଷ ଜଣଙ୍କ ନାମ ବୈଷ୍ଣବ ଅଟେ, ସେ କେରଳର କୋଲ୍ଲମରେ ବାସିନ୍ଧା । କିନ୍ତୁ ବୈଷ୍ଣବ ଏବଂ ମହିଳା ବହୁତ ଦିନ ହେବ ମିଶି ଏକ ଆପାର୍ଟମେଣ୍ଟରେ ରହୁଥିଲେ । କୁହାଯାଉଛି ଯେ, ବହୁତ ଶୀଘ୍ର ସେମାନେ ଦୁହେଁ ବିବାହ କରିଥାନ୍ତେ । କିନ୍ତୁ ବେଳେ ଅଭିଯୁକ୍ତ ମହିଳାଙ୍କ ଉପରେ ସନ୍ଦେହ କରି ତାଙ୍କ ସହ କଳି କରୁଥିଲେ । ଠିକ ସେହି ଭଳି ଶନିବାର ଦିନ ସନ୍ଧ୍ୟାରେ ସେହି ସନ୍ଦେହ ମାମଲକୁ ନେଇ ବହୁତ ଜୋରରେ ଦୁହିଁଙ୍କ ମଧ୍ୟରେ ଝଗଡା ହେଲା । ଏହାପରେ ବୈଷ୍ଣବ ରାଗର ବସବର୍ତ୍ତୀ ହୋଇ ପ୍ରେସରକୁକୁରରେ ମହିଳାଙ୍କ ମୁଣ୍ଡକୁ ଜୋରରେ ପିଟି ଦେଇଥିଲେ । ଯାହାଫଳରେ କି ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି, ଅଭିଯୁକ୍ତକୁ ଗିରଫ କରିଥିଲା । ଏହା ସହିତ ଅଭିଯୁକ୍ତଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଥିଲା । ସାଉଥ ଡିଭିଜନର ଡିଜିପିଙ୍କ କହିବା ଅନୁସାରେ ଏହି ଘଟଣାଟି ଶନିବାର ସନ୍ଧ୍ୟା ପ୍ରାୟ ୫ ବେଳକୁ ଘଟିଛି । ଦେବୀର ମୃତ ଶରୀରର ବ୍ୟବଚ୍ଛେଦ ପରେ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି କହିଛନ୍ତି ।

Get real time updates directly on you device, subscribe now.