fbpx

ଆଜି ଚେନ୍ନାଇ ବାଙ୍ଗାଲୋର ମୁହାଁମୁହିଁ

ନୂଆ ଦିଲ୍ଲୀ, ୨୫/୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହିତ ମୁହାଁମୁହିଁ ହେବାକୁ ଯାଉଛି । ଉଭୟ ଦଳ ଏପର୍ୟ୍ୟନ୍ତ ବହୁତ ଭଲ ଫର୍ମରେ ଅଛନ୍ତି । ଆରସିବି ଏହାର ପ୍ରଥମ ଚାରିଟି ମ୍ୟାଚ୍ ଜିତିଥିବାବେଳେ ଚେନ୍ନାଇ ଏହାର  ପ୍ରଥମ ମ୍ୟାଚ୍ ହାରିଯିବା ପରେ ମଧ୍ୟ ଜିତିବାର ହ୍ୟାଟ୍ରିକ୍ ସ୍କୋର କରିଛି । ପଏଣ୍ଟ ଟେବୁଲ ବିଷୟରେ କହିବାକୁ ଗଲେ ଆରସିବି ଶୀର୍ଷରେ ଥିବାବେଳେ ସିଏସକେ ଦ୍ୱିତୀୟ ସ୍ଥାନରେ ଅଛି । ମହେନ୍ଦ୍ର ସିଂ ଧୋନିଙ୍କ ସିଏସକେ ଏବଂ ବିରାଟ କୋହଲିଙ୍କ ଆରସିବି ମଧ୍ୟରେ ମ୍ୟାଚକୁ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଦୁଇ ଦଳ ମଧ୍ୟରେ ମୋଟ ୨୬ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ସିଏସକେ ୧୬ ଟି ଏବଂ ଆରସିବି ୯ ଟି ମ୍ୟାଚ୍ ଜିତିଛି । ଆଇପିଏଲର ଏହି ସଂସ୍କରଣରେ ଆରସିବି ହେଉଛି ଏକମାତ୍ର ଦଳ ଯିଏକି ଏପର୍ୟ୍ୟନ୍ତ ଗୋଟିଏ ମ୍ୟାଚ୍ ହାରିନାହିଁ ।  ଯଦି ସିଏସକେ ଆରସିବି ର ବିଜୟ ରଥକୁ ବନ୍ଦ କରିଦିଏ,ତାହେଲେ ସିଏସକେ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ପହଞ୍ଚିବ ।

ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। କମ୍ ସ୍କୋରିଂ ଥିବା ସମାନ ଗ୍ରାଉଣ୍ଡରେ ଏପ୍ରିଲ୍ ୨୪ ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ତେବେ ଆଜିର ମ୍ୟାଚରେ କ’ଣ ହେଉଛି ତହା ଦେଖିବାକୁ ପଡିବ  । ଯଦି ଦିନରେ ମ୍ୟାଚ୍ ଖେଳାଯିବ, ତେବେ କାକରର ଚିନ୍ତା ନାହିଁ ।

ହୁଏତ  ଉଭୟ ଦଳ ସେମାନଙ୍କର ବିଜୟ କମ୍ବିନେସନକୁ ପରିବର୍ତ୍ତନ କରିପାରନ୍ତି । ଗ୍ଲେନ୍ ମ୍ୟାକ୍ସୱେଲ ଚଳିତ ବର୍ଷ ଆରସିବି ସହିତ ଜଡିତ ଥିବାବେଳେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସେହିଭଳି ଚଳିତ ବର୍ଷ ଏପର୍ୟ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିବା ମୋଏନ୍ ଅଲିଙ୍କ ଉପରେ ସିଏସକେ ମଧ୍ୟ ଭରଷା ରଖିଛି ।

 

ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ:

ସିଏସକେ:

ରିତୁରାଜ ଗାଇକୱାଡ, ଫାଫ ଡୁ ପ୍ଲେସି, ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ), ସାମ୍ କରଣ, ରବିନ୍ଦ୍ର ଜାଡେଜା, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ଲୁଙ୍ଗି ଏଙ୍ଗିଡି ।

ଆରସିବି:

ଦେବଦତ୍ତ ପାଦିକଲ, ବିରାଟ କୋହଲି (ଅଧିନାୟକ), ଶାହାବାଜ ଅହମ୍ମଦ, ଗ୍ଲେନ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ, ୱାଶିଂଟନ ସୁନ୍ଦର, କାଇଲ ଜେମସନ, କେନ ରିଚାର୍ଡସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ।

Get real time updates directly on you device, subscribe now.