fbpx
BJD SKY
BJD SKY

କ୍ରୀଡାପ୍ରେମୀଙ୍କୁ ଝଟକା: ବିନା ଦର୍ଶକରେ ଟୋକିଓ ୨୦୨୦

BJD

ଟୋକିଓ: କ୍ରୀଡାପ୍ରେମୀଙ୍କୁ ଝଟକା । ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ମିଳିଲାନି ଅନୁମତି । ଜାପାନରେ କରୋନା ସଂକ୍ରମଣ ବଢୁଥିବାରୁ ଗୁରୁବାର ଏଭଳି ଏକ ନିଷ୍ପତ୍ତି ନେଇଛି ଅଲିମ୍ପିକ୍ସ କମିଟି । ଜାପାନର ଅଲିମ୍ପିକ୍ସ ମନ୍ତ୍ରୀ ଟାମାୟୋ ମାରୁକାୱା ଏହି ଘୋଷଣା କରିଛନ୍ତି । ଆୟୋଜକ କମିଟି ସହିତ ବୈଠକ ପରେ ମାରୁକାୱା ଏହି ଘୋଷଣା କରିଛନ୍ତି । ସୋମବାରରୁ ଜାପାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଜାପାନରେ ଜରୁରୀକାଳୀନ ପରସ୍ଥିତି ଘୋଷଣା କରାଯାଇଛି । ଜୁଲାଇ ୧୨-ଅଗଷ୍ଟ ୨୨ ପର୍ଯ୍ୟନ୍ତ ଜାପାନରେ ଜରୁରୀକାଳୀନ ପରସ୍ଥିତି ଘୋଷଣା କରାଯାଇଥିବା ବେଳେ ଏହା ମଧ୍ୟରେ ଅଲିମ୍ପିକ୍ସ ଆୟୋଜିତ ହେବ ।

ପୂର୍ବରୁ ବିଦେଶୀ ଦର୍ଶକଙ୍କ ଉପରେ ରୋକ ଲଗାଇଥିଲା ଆୟୋଜକ କମିଟି । ତେବେ ଘରୋଇ ଦର୍ଶକଙ୍କୁ ଅନୁମତି ମିଳିବାର ଆଶା କରାଯିବା ସହିତ ଟିକେଟ ବିକ୍ରି କରାଯାଇଥିଲା । ଅଲିମ୍ପିକ୍ସ କମିଟି ସଭାପତି ସେଇକୋ ହାଶିମୋଟୋ ଦର୍ଶକଙ୍କ ନିକଟରୁ କ୍ଷମାପ୍ରାର୍ଥନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା । ଆସନ୍ତା ୨୩ ତାରିଖରେ ଟୋକିଓ ସ୍ଥିତ ଅଲିମ୍ପିକ୍ସ ଭିଲେଜରେ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବାକୁ ଯାଉଛି ।

Get real time updates directly on you device, subscribe now.