fbpx

Tomato Flu ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଅଧିକ ସଂକ୍ରମିତ କରୁଛି: ଏହାର ଲକ୍ଷଣ ଓ ନିରାକରଣ କ’ଣ, କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ୍

ନୂଆଦିଲ୍ଲୀ: ଟମାଟୋ ଫ୍ଲୁ’କୁ ନେଇ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି । ଏହା ଏକ ନୂଆ ବୀମାରୀ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ବ୍ୟାପିଥିବା ହେଡ, ଫୁଟ, ମାଉଥ ରୋଗର ଏହା ଏକ ନୂଆ ଭାରିଆଣ୍ଟ ଅଟେ । ଗଳା ଓ ନାକରୁ ସାମ୍ପୂଲ ନେଇ ଏହି ବୀମାରୀକୁ ଯାଞ୍ଚ କରାଯାଇ ପାରିବ ବୋଲି ଆଡଭାଇଜରିରେ କୁହାଯାଇଛି । ଏଥିସହିତ ଷ୍ଟୁଲ ସାମ୍ପୂଲ ଅର୍ଥାତ ମଳ ଯାଞ୍ଚ କରି ମଧ୍ୟ ଏହି ରୋଗକୁ ଚିହ୍ନଟ କରାଯାଇପାରିବ । ଆବଶ୍ୟକ ହେଲେ ଶରୀରରେ ଦେଖାଯାଉଥିବା ଲାଲ ରଙ୍ଗର ଫ୍ଲୁଏଡକୁ ବାହାର କରି ଟେଷ୍ଟ ମଧ୍ୟ କରାଯାଇପାରିବ ।

ଏହା କୌଣସି ନୂଆ ରୋଗ ନୁହେଁ ବୋଲି ପୂର୍ବରୁ କୁହାଯାଇଛି । ଏହି ଉକ୍ତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମୋହର ଲଗା ଯାଇଛି । ଆଗକୁ ଯଦି ଏହି ବୀମାରି ବିଷୟରେ କିଛି ଅଧିକ ତଥ୍ୟ ଜଣାପଡ଼େ ତେବେ ତାହା ସ୍ପଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତ ଅଗଷ୍ଟରେ ଲାନସେଟ ଜର୍ଣ୍ଣାଲରେ ଏକ ଆର୍ଟିକଲ ପ୍ରକାଶ ପାଇଥିଲା । ଭାରତରେ ଏକ ନୂଆ ବୀମାରୀ ଚିହ୍ନଟ ହୋଇଥିବା ସେଥିରେ କୁହାଯାଇଥିଲା । ବର୍ତ୍ତମାନ ଦେଶରେ ୮୨ ଜଣ ରୋଗୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମଣକୁ ଦେଖି ତାମିଲନାଡ଼ୁ, କର୍ଣ୍ଣାଟକ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଯେଉଁସବୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୧୦ ବର୍ଷରୁ କମ୍ ଅଟେ ।

ଏହି ରୋଗରେ ସଂକ୍ରମିତ ହେଲେ ବୁଖାର, ଗଣ୍ଠି ଯନ୍ତ୍ରଣା, ଥକ୍କାପଣ, ଗଳାରେ ଖରାଶ ଆଦି ଲକ୍ଷଣ ଦେଖାଯାଏ । ଅଧିକାଂଶ କ୍ଷେତ୍ରରେ ପାଟି ଭିତରେ, ଜିଭରେ ଲାଲ ରଙ୍ଗ ଦାନା ଦେଖାଯାଇଥାଏ । ଏହି ରୋଗୀକୁ ଦୂରେଇବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ସଂକ୍ରମିତ ପିଲାଙ୍କର ଡ୍ରେସ, ବାସନକୁ ଅଲଗା କରିଦେବା ଦରକାର । ରୋଗୀକୁ ପର୍ଯ୍ୟାପ୍ତ ଆରାମ ଦେବା ଆବଶ୍ୟକ । ନିଜର ଆଖପାଖକୁ ପରିଷ୍କାର ରଖନ୍ତୁ । ସଂକ୍ରମିତ ପିଲାଙ୍କ ସହ ଅନ୍ୟ ପିଲାମାନେ ଖେଳିବା ଅନୁଚିତ । ଏଥିରେ ସଂକ୍ରମିତ ହେଲେ ୫-୭ ଦିନ ପାଇଁ ନିଜକୁ ଆଇସୋଲେଟ୍ କରନ୍ତୁ । ବୀମାରୀ ଯେପରି ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.