fbpx

ନାଲି ଆଖି ଦେଖାଉଛି ନାଲିଆ ଟମାଟୋ, ପାର୍ବଣରେ ସେଞ୍ଚୁରି ଶୁଣି ଗ୍ରାହକ ବେହୋଶ୍

ଭୁବନେଶ୍ବର: କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ପରିବା ଦରରେ ନିଆଁ ଲାଗିଛି । ସବୁ ପରିବାର ଦର 70 ଟଙ୍କା ଉପରେ ରହିଥିବା ବେଳେ ସେଞ୍ଚୁରି ପାର କରିଛି ନାଲିଆ ଟମାଟୋ । 500 ଟଙ୍କା ନେଇ ବଜାରକୁ ଗଲେ ମଧ୍ୟ ବ୍ୟାଗ ପୁରୁନି । ଲାଲ ଟହଟହ ଟମାଟୋକୁ ଦେଖିଲେ ନାଲିଆଖି ଦେଖାଇଲା ଭଳି ମନେ ହେଉଛି । ପାର୍ବଣରେ ଗ୍ରାହକଙ୍କୁ ମହଙ୍ଗାମାଡ କଲବଲ କରିଲା ଭଳି ମନେହେଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ 100 ଟଙ୍କା ଉପରେ ବିକ୍ରି ହେଉଛି । ପାର୍ବଣରେ ପରିବା ଦର ବଢୁଥିବା ଦେଖି ଗ୍ରାହକ ମଧ୍ୟ ଚିନ୍ତାରେ ରହିଛନ୍ତି । କେବଳ ଟମାଟୋ କାହିଁକି ପ୍ରତିଦିନ ରୋଷେଇ ଘରେ ଆବଶ୍ୟକ ହେଉଥିବା ପିଆଜ ଦର ମଧ୍ୟ 70 ଟଙ୍କା ଟପିଛି । ତେବେ ଏହାକୁ ନେଇ ସାଧାରଣ ଲୋକେ ଏକ ପ୍ରକାର ଚିନ୍ତାରେ ରହିଛନ୍ତି । ତେବେ ଟମାଟୋ ବର୍ତ୍ତମାନ 100 ଟଙ୍କା ହୋଇନାହିଁ । ପୂର୍ବରୁ ମଧ୍ୟ ସେଞ୍ଚୁରି ପାର କରିଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡବ୍ୟଥାର କାରଣ ସାଜିଛି ।

Get real time updates directly on you device, subscribe now.