fbpx
BSKY
BJD MC SKY
BJD YOUTH SKY

୧୨ ତାରିଖ ୧୨ଟା ସମୟ: ଦେଶର ସବୁଠାରୁ ବଡ଼ ଖୁଲାସା, ଗୋଟିଏ ଟ୍ୱିଟକୁ ନେଇ ଭାରତର ରାଜନୀତି ହଲଚଲ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ । ତେବେ ଏହା ମଧ୍ୟରେ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ସରକାର ବିରୋଧୀଙ୍କ ଉପରେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାକୁ ବେଆଇନ ଭାବେ ଲଗାଉଥିବା ବିରୋଧୀ ପକ୍ଷରୁ ଅଭିଯୋଗ ଅଣାଯାଇଛି । ଗତମାସରେ ୯ଟି ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

କେନ୍ଦ୍ରୀୟ ସ୍ତରରେ ବିଜେପିକୁ କଡ଼ା ଟକ୍କର ଦେଉଥିବା ଦୁଇ ରାଜନୈତିକ ଦଳ ଆମ ଆଦମୀ ପାର୍ଟି (ଆପ) ଓ କଂଗ୍ରେସ ଉପରେ ବିଜେପି ଜାଣିଶୁଣି କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ହୋଇଛି । ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହୋଇଛି । ସେହିପରି ଆପର ଦୁଇ ଟପ ନେତା ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆ ଏବେ ଜେଲରେ ରହିଛନ୍ତି । ଆଗକୁ ମଧ୍ୟ ବିରୋଧୀ ପକ୍ଷରୁ କିଛି ନେତା ଜେଲର ହାୱା ଖାଇବା ନେଇ ପ୍ରମାଦ ଗଣିଲେଣି । ତେଣୁ ଏଭଳି ସ୍ଥିତିରେ କେନ୍ଦ୍ରୀୟ ସ୍ତରରେ ବିରୋଧୀ ଦଳମାନେ ଏକଜୁଟ୍ ହେବା ନେଇ ପ୍ରୟାସ ଆରମ୍ଭ କରିଦେଲେଣି ।

ନିକଟରେ ସିପିଆଇ, ଟିଏମସି ଓ ଏନସିପି ପରି ରାଜନୈତିକ ଦଳମାନେ ଜାତୀୟ ଦଳର ମାନ୍ୟତା ହରାଇଥିବେ ବେଳେ ଆପ ଜାତୀୟ ଦଳର ମାନ୍ୟତା ପାଇଥିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ତେବେ ଏହା ମଧ୍ୟରେ ଆପ ନେତା ସଞ୍ଜୟ ସିଂହଙ୍କ ପକ୍ଷରୁ ଆସିଛି ଏକ ଟ୍ୱିଟ୍ । ଏହି ଟ୍ୱିଟକୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ୧୨ ତାରିଖ ଅର୍ଥାତ ଆସନ୍ତାକାଲି ୧୨ଟା ସମୟରେ ଦେଶର ସବୁଠାରୁ ବଡ଼ ଖୁଲାସା ହେବ ବୋଲି ସଞ୍ଜୟ ଟ୍ୱିଟ କରିଛନ୍ତି । ତେବେ ସଞ୍ଜୟ କାହା ବିରୋଧରେ ଓ କ’ଣ ଖୁଲାସା କରିବେ ତାହାକୁ ନେଇ ଏକ ସମସ୍ତେ ଉତ୍ସୁକତାର ସହିତ ସକାଳରୁ ସୂର୍ଯ୍ୟକୁ ଚାହିଁ ରହିଛନ୍ତି । ତେବେ ସଞ୍ଜୟ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ କିଛି ବଡ଼ ଖୁଲାସା କରିପାରନ୍ତି ବୋଲି କୁହାଯାଉଛି । ମାତ୍ର ଏହାକୁ ସତ ବୋଲି ଭାବିବା ଠିକ୍ ହେବ ନାହିଁ । ଆସନ୍ତାକାଲି ସବୁ ତଥ୍ୟ ସାମ୍ନାକୁ ଆସିଯିବ ।

Get real time updates directly on you device, subscribe now.