fbpx
BSKY
BJD SHG SKY
BJD YOUTH SKY

ମଣିଷ ବୁଢ଼ା ହେବା- Zombie Cells ଦାୟୀ! ଛୋଟ ଓ ରହସ୍ୟମୟ ଅଣୁର ସନ୍ଧାନ କଲେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାର ରିସର୍ଚ୍ଚ ଟିମ୍

ନୂଆଦିଲ୍ଲୀ: ମଣିଷ ଜନ୍ମ ହୋଇଛି ମାନେ ବୟସ ବୃଦ୍ଧି ଘଟିବା ଏକ ସାଧାରଣ ପ୍ରକ୍ରିୟା । ତେବେ ଆମ ଶରୀରରେ ଏପରି କିଛି କୋଷିକା ରହିଛନ୍ତି, ଯାହାକି ବୃଦ୍ଧତ୍ୱ ସହ ଜଡ଼ିତ କିଛି ବିମାରୀକୁ ବୃଦ୍ଧି କରାଇଥାନ୍ତି । ଫଳରେ ମଣିଷ ଶୀଘ୍ର ବୁଢ଼ା ହୋଇଯାଇଥାଏ । ଏହି କୋଷିକାକୁ ‘ଜୋମ୍ବି କୋଷିକା’ କୁହାଯାଇଥାଏ । ଏହି ସେଲସଗୁଡ଼ିକ ଛୋଟ ଓ ରହସ୍ୟମୟୀ ଅଣୁ ତିଆରି କରିଥାନ୍ତି, ଯାହାକି ସାଧାରଣ କୋଷିକା ଭିତରେ ଦେଖାଯାଇନଥାଏ । ଏହି କୋଷିକା କିପରି କାର୍ଯ୍ୟ କରେ ତା’ ଉପରେ ବୈଜ୍ଞାନିକମାନେ ଏକ ବଡ଼ ତଥ୍ୟ ରିସର୍ଚ୍ଚରୁ ପାଇଛନ୍ତି ।

ଜୋମ୍ବି ସେଲ୍ସକୁ ସେନେସେଣ୍ଟ ମଧ୍ୟ କୁହାଯାଇଥାଏ । ଏହି ସେଲ୍ସଗୁଡ଼ିକ କେବେ ବି ମୃତ୍ୟୁବରଣ କରନ୍ତି ନାହିଁ । କିନ୍ତୁ ଖରାପ ହେବା ବା ଚାପଗ୍ରସ୍ତ କାରଣରୁ ସେମାନେ ବିଭାଜିତ ହେବା ବନ୍ଦ କରିଦେଇଥାନ୍ତି । ଏହା ଏପରି ଅଣୁକୁ ସୃଷ୍ଟି କରିଥାନ୍ତି, ଯାହାକି ଇମ୍ୟୁନ ସିଷ୍ଟମକୁ ପ୍ରଭାବିତ କରିଥାଏ । ସବୁ ଜୋମ୍ବି ସେଲ୍ସ ଖରାପ ହୋଇନଥାନ୍ତି, ମାତ୍ର ଖରାପ ହୋଇଥିବା କିଛି ଟିସୁକୁ ରିପେୟାର କରିଥାନ୍ତି । ମଣିଷର ବୟସ ଧୀରେଧୀରେ ବଢ଼ିବା ସହିତ ସେ ସେଲ୍ସଗୁଡ଼ିକ ଏକତ୍ର ହୋଇଥାନ୍ତି ଓ ଯନ୍ତ୍ରଣା ବଢ଼ାଇଥାନ୍ତି । ଫଳରେ କ୍ୟାନସର, ଆଲଜାଇମର, ପୁରୁଣା ଅଷ୍ଟିଓଆର୍ଥରାଇଟିସ ପରି ବୟସ ସମ୍ବନ୍ଧୀୟ ବିମାରୀ ବଢ଼ିଥାଏ । ଏହି ଅଣୁଗୁଡ଼ିକୁ ହଟାଇବା ପାଇଁ ଜୋମ୍ବି ସେଲ୍ସ ‘କ୍ରିପ୍ଟିକ ଟ୍ରାନ୍ସକ୍ରିପସନ’ ନାମକ ଏକ ପ୍ରକ୍ରିୟାକୁ ଅନୁସରଣ କରିଥାଏ ।

ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା (ଏନଆଇଏଚ)ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅନ୍ ଏଜିଂର ମଲିକୁଲାର ବାୟୋଲୋଜିଷ୍ଟ ପାୟଲ ସେନ କହିଛନ୍ତି, ଏହି ଛୋଟ ଅଣୁଗୁଡ଼ିକ ଉତ୍ପାଦନ ସେଲର ଉତ୍ସକୁ କମ୍ କରିପାରେ । ଫଳରେ ବୟସ ସହିତ ତାହା କମ୍ ହୋଇଥାଏ ଓ ଠିକରେ କାମ କରେ ନାହିଁ । ଏଥିସହିତ ସେଲ ଆରଏନଏ ମଧ୍ୟରେ ଏହି ଅଣୁ ନିର୍ଦ୍ଦେଶର ପ୍ରୟୋଗ କରି ଛୋଟ ପ୍ରୋଟିନ ତିଆରି କରିପାରେ, ଯାହାକି ସେଲର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।

ରିସର୍ଚ୍ଚ ଟିମ୍ ମଣିଷର ଜୋମ୍ବି ସେଲ୍ସରୁ ୩୫୦ରୁ ଅଧିକ ‘କ୍ରିପ୍ଟିକ ସାଇଟୋ’କୁ ଖୋଜି ବାହାରିଛନ୍ତି । ଏହି ସାଇଟୋରେ ‘ଏପିଜେନୋଟିକ’ର ପରିବର୍ତ୍ତନ ନେଇ ଚିହ୍ନଟ କରାଯାଇଛି, ଯାହାକି ଯୁବକ ଓ ସୁସ୍ଥ କୋଷିକା ମଧ୍ୟରେ ଦେଖିବାକୁ ମିଳିନଥାଏ । କ୍ରିପ୍ଟିକ ଟ୍ରାନ୍ସକ୍ରିପସନ କାହିଁକି ହୋଇଥାଏ ତାହା ଜଣାପଡ଼ିଛି । ସମୟ ଅନୁସାରେ ତା’ର ଜୀନ ଏକ୍ସପ୍ରେସନକୁ ନିୟନ୍ତ୍ରଣ କରିବାର କ୍ଷମତା କମ୍ ହୋଇଯାଉ ଥିବାରୁ ଜୋମ୍ବି ସେଲ୍ସ କ୍ରିପ୍ଟିକ ଟ୍ରାନ୍ସକ୍ରିପସନରେ ଚଳପ୍ରଚଳ କରିଥାଏ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.