fbpx

ବିଲକୁଲ ମାଗଣାରେ ଯାତ୍ରା କରାଉଛି ଏହି ଟ୍ରେନ: ଜାଣନ୍ତୁ ଭାରତୀୟ ରେଲୱେର ଏହି ଖାସ୍ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଦେଶର ଲାଇଫ ଲାଇନ କୁହାଯାଏ । ଇଣ୍ଡିଆନ ରେଲୱେ ଯାତ୍ରୀମାନଙ୍କ ପାଇଁ ଖୁବ ପରିଶ୍ରମ କରିଥାଏ । କେବଳ ଏହି କାରଣ ପାଇଁ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ରେଳ ନେଟୱାର୍କ ଭାବେ ସ୍ଥାନ ପାଇଛି । ତେବେ ଏହା ଭିତରେ ଏକ ଏମିତି ଟ୍ରେନ ମଧ୍ୟ ରହିଛି, ଯାହା ଯାତ୍ରୀମାନଙ୍କୁ ମାଗଣା ଯାତ୍ରା କରାଇଥାଏ । ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଉଥିବା ଭାରତୀୟ ରେଳବାଇ ମଧ୍ୟରୁ କେବଳ ଏହି ଯ୍ରେନ ଏପରି ସୁବିଧା ଯୋଗାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଟ୍ରେନ ବିଷୟରେ ।

इस ट्रेन में बिना 1 पैसा दिए बिल्कुल फ्री में करें सफर, जानें भारतीय रेलवे की इस खास सुविधा के बारे में

ଏହି ସ୍ପେଶାଲ ଟ୍ରେନ ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ବର୍ଡରରେ ଚାଲିଥାଏ । ଯଦି ଆପଣ ଭାଖଡା ନାଗଲ ବନ୍ଧ ଦେଖିବା ପାଇଁ ଯାଇଥାନ୍ତି, ତେବେ ଆପଣ ମାଗଣାରେ ଏହି ଯାତ୍ରାର ସୁବିଧା ପାଇପାରିବେ । ଯ୍ରେନ ନାଗଲରୁ ଭାଖଡା ବନ୍ଧ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଟ୍ରେନରେ ୨୫ ଗ୍ରାମର ଲୋକ ଗତ ୭୩ ବର୍ଷରୁ ମାଗଣା ଯାତା କରିଥାନ୍ତି । ଏହି ଟ୍ରେନର ସଞ୍ଚାଳନରୁ ଛାତ୍ରଛାତ୍ରୀଙ୍କୁ ଖୁବ ଫାଇଦା ମିଳିଥାଏ । ତେବେ ଏହି ଟ୍ରେନକୁ ୧୯୪୯ ମସିହାରେ ଅନୁମତି ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ସେବା ଜାରି ରହିଛି । ତେବେ ସାରା ଦେଶକୁ ଭାଖଡା ଡ୍ୟାମ ବିଷୟରେ ସୂଚନା ଦେବା ଥିଲା ଏହି ଟ୍ରେନକୁ ଗ୍ରୀନ ସିଗନାଲ ଦେବାର ମୁଖ୍ୟ ଉଦ୍ଦେଶ୍ୟ । ଡ୍ୟାମକୁ ପ୍ରସ୍ତୁତ କରିବା ପାଇଁ କେତେ କଷ୍ଟ ହୋଇଛି ଏ ସମ୍ପର୍କରେ ନୂଆ ପିଢୀ ବି ଜାଣିବା ଆବଶ୍ୟକ । ତେଣୁ ଏହି ଟ୍ରେନକୁ ଏଠାରେ ଚାଲିବା ପାଇଁ ଅନୁମତି ମିଳିଥିଲା ।

indian railways

ଏହି ଟ୍ରେନର ସଞ୍ଚାଳନ ବ୍ୟବସ୍ଥା ମଧ୍ୟ ଭାଖଡା ବ୍ୟାସ ମ୍ୟାନେଜମେଣ୍ଟ ବୋର୍ଡ ଉପରେ ନ୍ୟସ୍ତ ରହିଛି । ହିମାଚଳ ପ୍ରଦେଶରେ ଏହି ଟ୍ରେନ ଦ୍ୱାରା ଗତ ୭୩ ବର୍ଷରୁ ଯାତାୟତର ସୁବିଧା ଉପଲବ୍ଧ କରାଯାଇଛି । ପ୍ରତିଦିନ ପ୍ରାୟ ୩୦୦ରୁ ଅଦିକ ଲୋକ ଏହି ଯ୍ରେନରେ ଯାତ୍ରା କରିଥାନ୍ତି । ଦିନକୁ ୨ ଥର ଏହି ଟ୍ରେନ ଯାତାୟତ କରିଥାଏ । ତେବେ ଏହାର ବିଶେଷତ୍ୱ ହେଉଛି ଏହାକୁ ଖାସ ଉପାୟରେ କେବଳ କାଠରେ ପ୍ରସ୍ତୁତ ହୋଇଥିବା ବେଳେ ଏହାର ପ୍ରତିଟି ବଗି ମଧ୍ୟ କାଠରୁ ପ୍ରସ୍ତୁତ କରାଯାଇଛି । ତେବେ ଟ୍ରେନରେ କୌଣସି ଟିଟିଇ କିମ୍ବା ଟିସି ଟିକେଟ ଚେକ୍ କରିବା ପାଇଁ ଆସି ନଥାନ୍ତି । ସେଥଇପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଯାତ୍ରୀ ଏଥିରେ ମାଗଣା ଯାତ୍ରା କରିଥାନ୍ତି ।

Get real time updates directly on you device, subscribe now.