fbpx

ଆସନ୍ତାକାଲି ‘ସମଲେଇ ପ୍ରକଳ୍ପ’ର ହେବ ଶୁଭ ଲୋକାର୍ପଣ, ଆରମ୍ଭ ହେଲା କଳସ ଯାତ୍ରା

AAKASH

ସମ୍ବଲପୁର: ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ ହୀରକନଗରୀ ରୂୂପେ ମଧ୍ୟ ପରିଚିତ। ବିଶେଷକରି ସୁବିସ୍ତୃତ ନଦୀକୂଳରେ ବହୁ ଦେବାଦେବୀ ମନ୍ଦିର, ରାଜପ୍ରାସାଦ, ଗମ୍ବୁଜ ଏବଂ ପୂର୍ବତନ ଗଡ଼ଜାତ ରାଜା ଜମିଦାରଙ୍କ କୋଠା ଦୃଷ୍ଟିଗୋଚର ହୁଏ, ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ। ତେବେ ଏହି ଇଷ୍ଟଦେବୀ ଦେବୀ ମାଆ ସମଲେଇଙ୍କ ଭବ୍ୟ ମନ୍ଦିରର ରୂପାନ୍ତରଣ କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଏହି ପୀଠର ଲୋକାର୍ପଣ କରିବେ।

ତେବେ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଛି କଳସ ଯାତ୍ରା। ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ। ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଆସି ସ୍ୱତଃପ୍ରବୃତ୍ତ ଭାବେ ଏହି କଳସ ଯାତ୍ରାରେ ମହିଳାମାନେ ସାମିଲ ହୋଇଛନ୍ତି। ବିଭିନ୍ନ ବର୍ଗର ମହିଳାମାନେ ଏହି କଳସ ଯାତ୍ରାରେ ସାମିଲ ହୋଇଛନ୍ତି। ଉପବାସ ରହି କଳସ ଶୋଭାଯାତ୍ରାରେ ଜଳ ନେଇ ମହାନଦୀରୁ ମନ୍ଦିର ଯିବେ। ନଗର ପରିକ୍ରମା କରି ମନ୍ଦିରରେ ପହଞ୍ଚିବା ପରେ ମା ସମଲେଇ ପାଖରେ ଉପବାସ ଭାଙ୍ଗିବେ। ତେଣୁ ଏହି କଳସ ଯାତ୍ରାରେ ସାମିଲ ହୋଇ ଖୁସି ଥିବା ମହିଳାମାନେ କହିଛନ୍ତି।

ସୂଚନା ଥାଉକି, ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃ୍ଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକାର୍ପଣ ଦିନ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ। ତେବେ କାଲି ଉଦଘାଟନ ଉତ୍ସବ ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।

 

Get real time updates directly on you device, subscribe now.