fbpx
BSKY
BJD YOUTH SKY
BJD MS SKY

ଏହି କାରଣରୁ ହ୍ରାସ ପାଇଥାଏ ଆପଣଙ୍କ ସ୍ପର୍ମ କାଉଣ୍ଟ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ଆଜିକାଲି ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବୃଦ୍ଧି ପାଉଛି। କେବଳ ସହର ନୁହେଁ ବରଂ ଗାଁ’ମାନଙ୍କରେ ମଧ୍ୟ ଏହି ପ୍ରଦୂଷଣର ଗନ୍ଧ ଯାଇକି ପହଁଚିଲାଣି। ତେବେ ଏହି ବାୟୁ ପ୍ରଦୂଷଣର ଯୋଗୁଁ ମଣିଷ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଯୌନ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରିପାରେ । ପ୍ରାୟ ଲୋକଙ୍କୁ ଜଣା ନଥାଏ ଯେ ପ୍ରଦୂଷିତ ବାୟୁ ଯୌନ ସମସ୍ୟା ସୃଷ୍ଟି କରିଥାଏ। ତେବେ ୟୁନିଭରସିଟି ଅଫ୍ ମ୍ୟାରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି କି, କିପରି ବାୟୁ ମସ୍ତିଷ୍କରେ ପ୍ରଦାହ ସୃଷ୍ଟି କରି ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କରିଥାଏ । ଏହି ଅଧ୍ୟୟନ ‘Environmental Health Perspectives’ ପତ୍ରିକାରେ ପ୍ରକାଶ ପାଇଛି ।

ତେବେ ବୈଜ୍ଞାନିକମାନେ ପୂର୍ବରୁ ଜାଣିଛନ୍ତି ଯେ ଚାପଗ୍ରସ୍ତ ଅବସ୍ଥାରେ ପ୍ରଜନନ ଅଙ୍ଗ ସହିତ ମସ୍ତିଷ୍କର ସିଧାସଳଖ ସଂଯୋଗ ରହିଛି, ଯାହାକି ପ୍ରଜନନ କ୍ଷମତା ଓ ଶୁକ୍ରାଣୁର ସଂଖ୍ୟାକୁ ପ୍ରଭାବିତ କରିଥାଏ । ଉଦାହରଣ ସ୍ୱରୂପ, ଭାବନାତ୍ମକ ଚାପରେ ଥିବା ମହିଳାଙ୍କ ଋତୁସ୍ରାବ ବିଗିଢ଼ିପାରେ । କିନ୍ତୁ ଏହି ଅଧ୍ୟୟନରେ କୁହାଯାଇଛି କି, ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ତାହା କିପରି ପ୍ରଜନନ କ୍ଷମତାକୁ କମ କରିଥାଏ । ବାୟୂ ପ୍ରଦୂଷଣ ଯୋଗୁଁ ମଣିଷର ଆୟୁଷ କମିବା ସହିତ ବେଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ, ଏଥିରେ ପ୍ରଜନନ କ୍ଷମତା ଓ ଜନ୍ମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ ।

ଅଧ୍ୟୟନର ପ୍ରମୁଖ ଲେଖକ ଜେକାଙ୍ଗ ୟିଙ୍ଗ କହିଛନ୍ତି ଯେ, ‘ଆମ ଅନୁସନ୍ଧାନରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ କାରଣରୁ ହେବାକୁ ଥିବା ବିପଦ ଅତି କମରେ ଶୁକ୍ରାଣୁର ସଂଖ୍ୟାକୁ ମୂଷାଙ୍କ ମସ୍ତିଷ୍କରେ ଥିବା ପ୍ରଦାୟଜନକ ଚିହ୍ନକୁ ବାହାର କରିପାରେ ।ଏହାକୁ ଦୃଷ୍ଟିରେ ରଖି ଏହାର ବିକାଶ କରିବାରେ ଆମେ ସକ୍ଷମ ହୋଇପାରିବା, ଯାହା ପ୍ରଜନନ ଉପରେ ବାୟୂ ପ୍ରଦୂଷଣର ହାନିକାରକ ପ୍ରଭାବକୁ ଅଟକାଇ ପାରିବ ବା ବଦଳାଇପାରିବ ।’

Get real time updates directly on you device, subscribe now.