fbpx

LPG ରୁ ସୁନା ବିକ୍ରି ପର୍ଯ୍ୟନ୍ତ… ନୂଆ ଆର୍ଥିକ ବର୍ଷରେ ଆସିବ ଏହି ନୂଆ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତି ମାସର ପହିଲାରେ ଦେଶରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ନିୟମ ଆପଣଙ୍କ ଆର୍ଥିକ ସ୍ଥିତି ପାଇଁ ଅନୁକୂଳ ହୋଇଥାଏ । ଆଉ ଦୁଇ ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବା ସହିତ ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ମଧ୍ୟ ଆରମ୍ଭ ହେବ । ତେବେ ଏହି ମାସରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଏପ୍ରିଲ ପହିଲାରୁ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହାସହିତ ସୁନା ବିକ୍ରି ଉପରେ ମଧ୍ୟ ନୂଆ ନିୟମ ଲାଗୁ ହୋଇପାରେ । ଆସନ୍ତୁ ଜାଣିବା ନୂଆ ଆର୍ଥିକ ବର୍ଷରେ ହେବାକୁ ତିବା ବଡ ପରିବର୍ତ୍ତନ

୧- ସରକାରୀ ଗ୍ୟାସ କମ୍ପାନୀ ଗୁଡିକ ପ୍ରତି ମାସର ୧ ତାରିଖରେ ଏଲପିଜି ଦାମ୍ ସଂଶୋଧନ କରିବା ସହ ନୂଆ ଦର ସ୍ଥିର କରିଥାନ୍ତି । ମାର୍ଚ୍ଚ ମାସରେ ସିଲିଣ୍ଡର ପିଛା ୫୦ ଟଭ୍କାର ଦରବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ସେହିପରି ଏପ୍ରିଲ ୧ ତାରିଖରେ ମଧ୍ୟ ଏହି ମୂଲ୍ୟ ପରିବର୍ତ୍ତନ ହୋଇପାରେ । ତେବେ ଏଲପିଜି ସହିତ ସିଏନଜି ଏବଂ ପିଏନଜି ଦାମ୍ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ପେଟ୍ରୋଲ-ଡିଜେଲ ଦର ପରିବର୍ତ୍ତନର ସମ୍ଭାବନା ବି ରହିଛି ।

WHAT IS CNG AND LPG?​ | EasyCNG A CNG Kit Fitment Center in Vaisali

୨- ଏପ୍ରିଲ ପହିଲାରୁ ସୁନା ଗହଣାର ବିକ୍ରିର ନିୟମ ପରିବର୍ତ୍ତନ ହେବ । କଞ୍ଜୁମର ମିନିଷ୍ଟ୍ରି ଅନୁସାରେ, ୩୧ ମାର୍ଚ୍ଚ ପରେ ୪ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ ଆଇଡେଣ୍ଟିଫିକେସନ ଗହଣା ବିକ୍ରି ଉପରେ ରୋକ ଲାଗିପାରେ । ନୂଆ ନିୟମ ଅନୁସାରେ ଏପ୍ରିଲ ୧ ତାରିଖରୁ କେବଳ ୬ ଡିଜିଟ ଥିବା ହଲମାର୍କ ସୁନା ଗହଣା ବିକ୍ରି ହେବ । ତେବେ ଗ୍ରାହକ ନିଜ ଗହଣାକୁ ବିନା ହଲମାର୍କରେ ବିକ୍ରି କରିପାରିବେ ।

Why India's love affair with gold is set to deepen - BBC News

୩- ୨୦୨୩ ବଜେଟରେ ହାଇ ପ୍ରିମିୟମ ଥିବା ଇନ୍ସୁରାନ୍ସରୁ ହେଉଥିବା ଆୟକରକୁ ନେଇ ଘୋଷଣା କରାଯାଇଛି । ତେବେ ଯଦି ଆପଣଙ୍କ ଆୟର ବାର୍ଷିକ ପ୍ରିମିୟମ ୫ ଲକ୍ଷରୁ ଅଦିକ ହୋଇଥାଏ, ତେବେ ଏଥିରେ ଟାକ୍ସ ଲାଗୁ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ବୀମାରୁ ହେଉଥିବା ସମସ୍ତ ରେଗୁଲାର ଇନକମ୍ ସମ୍ପୂର୍ଣ୍ଣ କରଚାହ ରହିଥିଲା । ତେବେ ଏପ୍ରିଲ ୧ ତାରିଖରୁ ଏହି ନିୟମରେ ପରିବର୍ତ୍ତନ ହେବ ।

୪- ଏପ୍ରିଲ ପହିଲାରୁ ଫିଜିକାଲ ଗୋଲ୍ଡକୁ ଇ-ଗୋଲ୍ଡ ଏବଂ ଇ-ଗୋଲ୍ଡକୁ ଫିଜିକାଲ ଗୋଲ୍ଡରେ କନଭର୍ଟ କରାଯାଇପାରିବ । ତେବେ ଏଥିପାଇଁ କ୍ୟାପିଟାଲ ଗେନ୍ ଟାକ୍ସ ଦେବାକୁ ପଡିବ ନାହିଁ । ଏ ନେଇ ମଧ୍ୟ ବଜେଟ ୨୦୨୩ରେ ଘୋଷଣା କରାଯାଇଥିଲା ।

VIP Motors is a Market Leader in Luxury Cars

୫- ନୂଆ ଆର୍ଥିକ ବର୍ଷରେ ଲଗଜରୀ କାର କିଣିବା ମଧ୍ୟ ମହଙ୍ଗା ହୋଇପାରେ । ଦେଶରେ ବିଏସ-୬ର ଦ୍ୱିତୀୟ ଷ୍ଟେଜ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ଗାଡିକୁ ନୂଆ ନିୟମ ଅନୁସାରେ ଅପଡେଟ କରିବା ସହ ଆଗାମୀ ଖର୍ଚ୍ଚ ପାଇଁ ଏହାର ଦାମ ବଢିପାରେ । ଗ୍ରାହକମାନଙ୍କ ପାଇଁ ଗାଡିଗୁଡିକର ଦାମ୍ ମଧ୍ୟ ବୃଦ୍ଧି କରିପାରନ୍ତି ଅଟୋ କମ୍ପାନୀ । ଏହା ବ୍ୟତୀତ ଅନ୍ୟ ସେକ୍ୟର ଗୁଡିକରେ ମଧ୍ୟ କିଛି ପରିବର୍ତ୍ତନ ନେଇ ଆସିପାରେ ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ।

Get real time updates directly on you device, subscribe now.