fbpx
BSKY
BJD SHG SKY
BJD YOUTH SKY

ମାଗଣା ଅଟା ଆଣିବାକୁ ଯାଇ ଦଳଚକଟା, ୧୧ ମୃତ, ୬୦ ଆହତ

ଇସଲାମାବାଦ: ପାକିସ୍ତାନରେ ବର୍ତ୍ତମାନ ଆର୍ଥିକ ସଂକଟ ଦେଖାଯାଇଥିବା ବେଳେ ସରକାରୀ କମ୍ପାନୀ ତରଫରୁ ଲୋକ ମାନଙ୍କୁ ମାଗଣାରେ ଅଟା ପ୍ରଦାନ କରାଯାଉଥିଲା । ମଗଣା ଅଟା ଆଣିବାକୁ ଯାଇ ଦଳାଚକଟାରେ ୧୧ ଜଣ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ଲୋକେ ଆହତ ହୋଇଛନ୍ତି ।

ପାକିସ୍ତାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାକିସ୍ତାନର ଏହି ମହଙ୍ଗା ପାଇଁ ସରକାରଙ୍କ ଦ୍ୱାରା ପଞ୍ଜାବ ସୀମାରେ ଗରିବ ଲୋକମାନଙ୍କୁ ମାଗଣା ଅଟା ଦିଆଯାଉଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି, ପାକିସ୍ତାନ ତହରିକ-ଇ-ଇସାଫ ପ୍ରମୁଖ ଇମରାନ ଖାନଙ୍କ ପ୍ରତି ବଢିଥିବା ହିଂସାକୁ କମାଇବା ପାଇଁ । ଦକ୍ଷିଣ ପଞ୍ଜାବର ଚାରି ଜିଲ୍ଲା- ସାହୀୱାଲ, ମୁଜଫରଗଢ ଏବଂ ଓକାରା ରେ ମଗଣା ଅଟା କେନ୍ଦ୍ରରେ ମଙ୍ଗଳବାର ଦିନ ଦୁଇ ବୃଦ୍ଧ ମହିଳା ଏବଂ ଜଣେ ବୃଦ୍ଧା ପୁରୁଷଙ୍କ ମୃତ୍ୟୁ ହୋଇଛି ।

ଏହି ଘଟଣାରେ ପୋଲିସଙ୍କ ଉପରେ ମଧ୍ୟ ଅଭିଯୋଗ କରାଯାଇଛି । ସେମାନେ ଅଟା ଆଣିବା ପାଇଁ ଯାଉଥିବା ଲୋକମାନଙ୍କ ଉପରେ ଲାଠି ଚାର୍ଜ କରିଥିଲେ । ପଞ୍ଜାବର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ମୋହସିନ ନକୱି ବୁଧବାର ଦିନ ଭିଡ ଏବଂ ନାଗରିକଙ୍କ ଅସୁବିଧାକୁ କମ କରିବା ପାଇଁ ସୀମାରେ ସକାଳ ଛଅଟାରେ ମୁକ୍ତ ଅଟା କେନ୍ଦ୍ର ଖୋଲିବା ପାଇଁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.