fbpx
BSKY SKY
BSKY SKY

ସାମ୍ନାକୁ ଆସିଲା ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ବ୍ଲୁ ଟିକ୍ ମୂଲ୍ୟ, ଟ୍ୱିଟର ଅପେକ୍ଷା ବହୁତ ମହଙ୍ଗା

BSKY

ନୂଆଦିଲ୍ଲୀ:ନିକଟରେ ମେଟା ଆମେରିକାରେ ଏହାର ସବସ୍କ୍ରିପ୍ରିସନ ମଡେଲ ଲଞ୍ଚ କରିଛି । ଆମେରିକାର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଉପଭୋକ୍ତାମାନେ ବର୍ତ୍ତମାନ ମାସିକ ୧୧.୯୯ ଡ଼ଲାର ଭାରତୀୟ ମୁଦ୍ରାରେ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏଡ଼ କରିପାରିବେ । ଯଦିଓ ଏହି ଫି ମୋବାଇଲ୍ ସଂସ୍କରଣ ପାଇଁ କେବଳ ଉପଲବ୍ଧ । ଆଉ ୱେବ୍ ସଂସ୍କରଣ ପାଇଁ ଦେୟ ହେଉଛି ୧୪.୯୯ ଡ଼ଲାର ଅର୍ଥାତ୍ ପ୍ରାୟ ୧,୨୪୦ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ମେଟା ଭେରିଫାଏଡ୍ର ଭାରତୀୟ ମୂଲ୍ୟ ସାମ୍ନାକୁ ଆସିଛି। ମେଟାର ଭେରିଫାଏଡ଼ ମଡେଲ ଟ୍ୱିଟରର ସବସ୍କ୍ରିପସନ୍ ମଡେଲ ପରି ।

ଭାରତରେ କେତେ ଦେବାକୁ ପଡିବ :ତେବେ ମେଟା ଭେରିଫାଏଡ୍ ଅଧୀନରେ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡିକ ସରକାରୀ ଆଇଡି କାର୍ଡ ଦେଇ ଭେରିଫାଏଡ଼ କରାଯାଇପାରିବ । ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ଏଥି ପାଇଁ ଭାରତୀୟ ବ୍ୟବହାରକାରୀଙ୍କୁ ମାସକୁ ୧୪୫୦ ଟଙ୍କା ଦେବାକୁ ପଡିବ। ଏହି ମୂଲ୍ୟ ମୋବାଇଲ୍ ସଂସ୍କରଣ ପାଇଁ ଅଟେ । ଏହି ଟଙ୍କା ଦେଇ ଆପଣ ଆପଣଙ୍କର ଉଭୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ଭେରିଫାଏଡ କରିପାରିବେ । ୱେବସାଇଟ୍ କିମ୍ବା ୱେବ୍ ସଂସ୍କରଣ ପାଇଁ ୧,୦୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ସୂଚନାମୁତାବକ ମେଟା ଭେରିଫାଏଡ ଏବେ ବ୍ୟବସାୟ ଏବଂ ୧୮ ବର୍ଷରୁ କମ୍ ବ୍ୟକ୍ତିବିଶେଷଙ୍କ ପାଇଁ ଉପଲବ୍ଧ ନୁହେଁ । ଏହାପୂର୍ବରୁ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ପେଡ୍ ସବସ୍କ୍ରିପସନ୍ ସେବା ଲଞ୍ଚ କରିଥିଲା। ଟ୍ୱିଟରରେ ବ୍ଲୁ ଟିକ୍ ପାଇବାକୁ ଏବଂ ପ୍ରିମିୟମ୍ ସବସ୍କ୍ରିପସନ୍ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ୍ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ।

ଏଥି ସହିତ କମ୍ପାନୀ ସର୍ବନିମ୍ନ ମୂଲ୍ୟର ପ୍ରିମିୟମ ସବସ୍କ୍ରିପସନ୍ ଯୋଜନା ୬୫୦ ଟଙ୍କା ପାଇଁ ମଧ୍ୟ ପ୍ରକାଶ କରିଛି। କିନ୍ତୁ ଏହି ଯୋଜନା ୱେବ୍ ବ୍ୟବହାରକାରୀଙ୍କ ପାଇଁ ଅଟେ ।

Get real time updates directly on you device, subscribe now.