fbpx

ପୁଣି ଟୋଲ ଫି ଆଦାୟ ଆରମ୍ଭ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ପୁଣି ଆଦାୟ ହେଲୋ ଟୋଲ ଫି । ଗତ ୨୨ ମାର୍ଚ୍ଚ ପରଠୁ ଦେଶର ବିଭିନ୍ନ ସ୍ଥାନରେ ଟୋଲ ଫି ଆଦାୟ ବନ୍ଦ କରାଯାଇଥିଲା । ଜନତା କଫ୍ୟୁ ଓ ଏହା ପରବର୍ତ୍ତି ଲକ ଡାଉନରେ ଘରୋଇ ଯାନ ଗଡିବା ଉପରେ ଅଙ୍କୁଶ ଲଗାଯାଇଥିଲା ।କେବଳ ଅତ୍ୟାବଶ୍ୟକୀୟ ସମାଗ୍ରୀ ନେଇ ଯାଉଥିବା ମାଲବାହୀ ଗାଡି କୁ ହିଁ ଅନୁମତି ମିଳିଥିଲା ।ତା ଛଡା ଅନ୍ୟ ସରକାରୀ ଗାଡି,ପୋଲିସ ଗାଡି ଓ ଆମ୍ବୁଲାନ୍ସ ମଧ୍ୟ ଚାଲୁଥିଲା ।ଯାହା ଟୋଲ ଆଦାୟରୁ ବଂଚିତ ଥିଲା । ଏଭଳି ଅବସ୍ଥାରେ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଟୋଲ ପ୍ଳାଜା ଗୁଡିକରେ ଟୋଲ ଆଦାୟକୁ ସ୍ଥଗିତ ରଖିଥିଲେ । ହେଲେ ଆଜିଠାରୁ ଲକ୍ ଡାଉନରେ କୋହଳ କରାଯାଇଥିବାରୁ ପୁଣି ଥରେ ଆରମ୍ଭ ହୋଇଛି ଟୋଲ ଆଦାୟ । ପ୍ରଥମେ ରାଜଧାନୀ ଦିଲ୍ଲୀ ଓ ଅର୍ଥିକ ରାଜଧାନୀ ମୁମ୍ବାଇରେ ଟୋଲ ଆଦାୟ ଆରମ୍ଭ ହୋଇଛି । ଗତକାଲି ମଧ୍ୟ ରାତିରୁ ଏହା ଆରମ୍ଭ କରାଯାଇଛି । ଖୁବଶୀଘ୍ର ଦେଶର ଅନ୍ୟ ଟୋଲ ପ୍ଳାଜା ମାନଙ୍କରେ ଟୋଲ ଆଦାୟ ଆରମ୍ଭ ହେବ ବୋଲି ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.