fbpx

କରୋନାକୁ ହରାଇବାକୁ ଶକ୍ତିପୀଠରେ ଜିଭ କାଟିଲେ ଯୁବକ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ଦୁନିଆ ଏକବିଂଶ ଶତାବ୍ଦୀରେ ପାଦ ଦେଲାଣି । ମଣିଷ ମହାକାଶ କୁ ଗଲାଣି । ତଥାପି ଶେଷ ହେଉନି ଅନ୍ଧବିଶ୍ୱାସ । ତନ୍ତ୍ର ,ମନ୍ତ୍ର ବାବାଙ୍କ କଥା ତଛାଡନ୍ତୁ । ନିଜେ ବେଳେ ବେଳେ ଅଦଭୁତ ମାନସିକତାର ଶୀକାର ହୋଇ ଏଭଳି ଘଟଣା ଘଟାଉଛି ଯାହା ସମସ୍ତଙ୍କୁ ଚକିତ କରୁଛି । କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଓ ବିଶ୍ୱର ଗଣ୍ଡା ଗଣ୍ଡା ଗବେଷକ ଚେଷ୍ଠିତ ଥିବା ବେଳେ ମଧ୍ୟପ୍ରଦେଶର ଜଣେ ଶ୍ରମିକଙ୍କ ମୁଣ୍ଡକୁ ଏକ ଅଜବ ଆଇଡିଆ ଆସିଲା । କରୋନା କୁ ପରାଜିତ କରିବାକୁ ଅନ୍ଧବିଶ୍ୱାସର ଶୀକାର ହୋଇ ଯୁବକ ଜଣକ ନିଜ ଜିଭ କାଟି କାଟି ବଳି ଚଢ଼ାଈଛନ୍ତି । ୨୪ ବର୍ଷୀୟ ବିବେକ ଶର୍ମା ନାମକ ମଧ୍ୟପ୍ରଦେଶର ଯୁବକ ଗୁଜରାଟରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ କାରଣରୁ ସେ ନିଜ ଘରକୁ ଫେରିପାରୁନଥିଲେ । ତେଣୁ କରୋନାକୁ ପରାଜିତ କରିବାକୁ ଭାରତ ପାକ ସୀମାରେ ଥିବା ନଦେଶ୍ୱରୀ ମାତାଜୀ ମନ୍ଦିରରେ ନିଜ ଜିଭ କାଟି ବଳି ଚଢ଼ାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.