fbpx

ବଲିଉଡ ଷ୍ଟାର ଆମିର ଖାନଙ୍କୁ କିଲର କହିଲା ପାକିସ୍ତାନୀ ମିଡିଆ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ବଲିଉଡରେ ତିନି ଖାନ ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କେବଳ ଭାରତରେ କାହିଁକି ସାରା ବିଶ୍ୱରେ ଏମାନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପାକିସ୍ତାନରେ ବି ଏମାନଙ୍କ ଫ୍ୟାନ ଫଲୋଇଂ କିଛି କମ୍ ନୁହେଁ । କିନ୍ତୁ ପାକିସ୍ତାନୀ ମିଡିଆ ଆମିର ଖାନଙ୍କୁ କିଲର ବୋଲି କହିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମିର ଙ୍କୁ କେବଳ କିଲର କହିଛି ତା ନୁହେଁ ବରଂ ୧୭ ବର୍ଷ ପରେ ସେ ଜେଲରୁ ମୁକୁଳିଥିବା ଦାବି କରିଛି । ପାକିସ୍ତାନର ଏକ ଉର୍ଦ୍ଦୁ ନ୍ୟୁଜ ଚ୍ୟାନେଲରେ ଆମିରଙ୍କୁ ଏଭଳି ଚିତ୍ରଣ କରାଯାଇଛି । କିନ୍ତୁ ବାସ୍ତବିକ ତଥଁ କିଛି ଅଲଗା । ପ୍ରକୃତରେ ପାକିସ୍ତାନର ଏମ.ଓ.ଏମ ନେତା ଆମିର ଖାନଙ୍କୁ ହତ୍ୟା ମାମଲାରେ ଜେଲରୁ ମୁକ୍ତି ମିଳିଲା । କିନ୍ତୁ ସଂପୃକ୍ତ ଗଣମାଧ୍ୟମ ତାଙ୍କ ଫଟୋ ବଦଳରେ ବଲିଉଡ ଅଭିନେତା ଆମିରଙ୍କ ଫଟୋ ଦେଖାଇଥିଲା ।ପାକିସ୍ତାନ ମିଡିଆରେ ଏଭଳି ଭୁଲ ଖବର ପ୍ରସାରିତ ହେବା ମଧ୍ୟ କିଛି ନୁଆ ନୁହେଁ । କିନ୍ତୁ ଏହି ଖବର ପ୍ରସାରିତ ହେବା ପରେ ଉକ୍ତ ଚ୍ୟାନେଲକୁ ସମାଲୋଚିତ ହେବାକୁ ପଡିଛି ।

Get real time updates directly on you device, subscribe now.